ଓଡିଶା

odisha

ଅର୍ଦ୍ଧନଗ୍ନ ମଡେଲଙ୍କ ସହ ମଙ୍ଗଳସୁତ୍ର ବିଜ୍ଞାପନ, ମନ୍ତ୍ରୀଙ୍କ ଚେତାବନୀ ପରେ ଫସିଲେ ସବ୍ୟସାଚୀ

By

Published : Oct 31, 2021, 5:06 PM IST

ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅଡୁଆରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ । ବିଜ୍ଞାପନ ନ ହଟାଇଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

Sabyasachi mangalsutra Ad: ୨୪ ଘଣ୍ଟାରେ ହଟାଇବା ପାଇଁ MP ମନ୍ତ୍ରୀଙ୍କ ଚେତାବନୀ
Sabyasachi mangalsutra Ad: ୨୪ ଘଣ୍ଟାରେ ହଟାଇବା ପାଇଁ MP ମନ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ:ଅଡୁଆରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ । ଅର୍ଦ୍ଧନଗ୍ନ ମଡେଲଙ୍କ ସହ ମଙ୍ଗଳସୂତ୍ର ବିଜ୍ଞାପନ ସୁଟିଂ କରି ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଏହି ବିଜ୍ଞାପନକୁ ହଟାଇବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଚେତାବନୀ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ହଟାନଗଲେ ସବ୍ୟସାଚୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଟ୍ବିଟ କରି କହିଛନ୍ତି ।

ମିଶ୍ରା ଟ୍ବିଟ କରି ଲେଖଛନ୍ତି ଯେ, "ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ମଙ୍ଗଳସୂତ୍ର ବିଜ୍ଞାପନ ବହୁତ ଆପତ୍ତିଜନକ ତଥା ମନରେ ଆଘାତ ଦେଇଛି । ଯଦି ଏହି ବିଜ୍ଞାପନକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହଟାନଯାଏ, ତେବେ ସବ୍ୟସାଚୀଙ୍କ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ" ବୋଲି ଚେତାବନୀ ଦେଇଛନ୍ତି । ଏହି ମଙ୍ଗଳସୂତ୍ରର ବିଜ୍ଞାପନରେ ମଡେଲଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି । ମଡେଲମାନେ ମଙ୍ଗଳସୂତ୍ର ପିନ୍ଧି କିଛି ଅନ୍ତରଙ୍ଗ ପୋଜ ଦେଇଛନ୍ତି । ଯାହାକୁ ବିରୋଧ କରିଛନ୍ତି ମିଶ୍ରା ।

ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ

ବିଜେପି ସବ୍ୟସାଚୀଙ୍କ ଏହି ବିଜ୍ଞାପନ ବିରୋଧରେ ଆଡଭାଇଜରି ଜାରି କରିଛି । ଏଥିରେ ମଡେଲମାନେ ମଙ୍ଗଳସୂତ୍ର ପିନ୍ଧି ଯେଉଁଭଳି ଭାବରେ ପୋଜ ଦେଇଛନ୍ତି, ତାହା ହିନ୍ଦୁ ବିବାହ ଓ ହିନ୍ଦୁ ସମାଜ ଉପରେ ଦୃଷ୍ଟିଭଙ୍ଗୀ ଉପରେ ଆଞ୍ଚ ଆଣିଛି ବୋଲି ନୋଟିସରେ ଉଲ୍ଲେଖ ରହିଛି । ତେବେ ସୂଚନା ଥାଉ କି ଏହି ମଙ୍ଗଳସୂତ୍ରର ସୁନା ସହିତ କିଛି ଦାମି ପଥର ଓ ପର୍ଲ୍‌ସର ବ୍ୟବହାର ହୋଇଛି । ଏହାର ଦାମ ରହିଛି ୧ ଲକ୍ଷ ୬୫ ହଜାର ଟଙ୍କା ।

ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସମାନେ ମଧ୍ୟ ସବ୍ୟସାଚୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ବିଜ୍ଞାପନଟି ମଙ୍ଗଳସୂତ୍ରର ନୁହେଁ ବରଂ ଅନ୍ତଃବସ୍ତ୍ରର ବିଜ୍ଞାପନ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details