ହାଇଦ୍ରାବାଦ:ବଲିଉଡ ଅଭିନେତା ତଥା ନିର୍ମାତା ଫରହାନ ଅଖତର ଏବଂ ବାନ୍ଧବୀ ଶିବାନୀ ଦାଣ୍ଡେକର ଫେବୃଆରୀରେ କୋର୍ଟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । କୋରୋନା ମହାମାରୀ ମାମଲାରେ ବୃଦ୍ଧି ହେବା ପରେ ଏହି ଯୋଡ଼ି କୋର୍ଟ ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହ ପରେ ଏମାନେ ଏପ୍ରିଲରେ ଏକ ଗ୍ରାଣ୍ଡ ସେଲିବ୍ରେସନ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।
ନିଜ ସମ୍ପର୍କକୁ ଆଉ ଏକ ସ୍ତରକୁ ନେବା ପାଇଁ ଫରହାନ ଓ ଶିବାନୀ ବିବାହ ପାଇଁ ଯୋଜନା କରିଛନ୍ତି । ରିପୋର୍ଟ ଅନୁସାରେ ସେ ଆସନ୍ତା ଫେବୃଆରୀ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପୂର୍ବ ରିପୋର୍ଟ ଅନୁସାରେ ସେମାନେ କିଛି ବନ୍ଧୁ ଓ ପରିବାରଙ୍କ ଉପସ୍ଥିତିରେ ଗ୍ରାଣ୍ଡ ୱେଡିଙ୍ଗ କରିବାର ଯୋଜନା ଥିଲା । ମାତ୍ର କୋରୋନା କଟକଣା ଯୋଗୁଁ ସେମାନେ ଏହାକୁ ସ୍ଥଗିତ କରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ।
ଏହା ବି ପଢନ୍ତୁ: Arab Fashion Week: 40 କୋଟି ଡ୍ରେସ ପିନ୍ଧି ରାମ୍ପରେ ଚାଲିଲେ ଉର୍ବଶୀ