ଓଡିଶା

odisha

ETV Bharat / sitara

Farhan Weds Shibani: ସରିଲା ହଳଦୀ, ପଡିବ ହାତଗଣ୍ଠି - ଫରହାନ-ଶିବାନୀଙ୍କ ବିବାହ

ବଲିଉଡର ପାୱାର କପଲ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି । ଉଭୟଙ୍କ ହଳଦି ସେରିମନି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ

ସରିଲା ହଳଦୀ, ସାଧାରଣ ଢଙ୍ଗରେ ବିବାହ କରିବେ ଫରହାନ-ଶିବାନୀ
ସରିଲା ହଳଦୀ, ସାଧାରଣ ଢଙ୍ଗରେ ବିବାହ କରିବେ ଫରହାନ-ଶିବାନୀ

By

Published : Feb 18, 2022, 2:08 PM IST

ହାଇଦ୍ରାବାଦ:ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ବଲିଉଡର ପାୱାର କପଲ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି । ଫେବୃଆରୀ 17 ରେ ଫରହାନ ଏବଂ ଶିବାନୀଙ୍କର ଏକ ହଳଦି ସେରିମନି ହୋଇଥିଲା, ଯାହାକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବାକୁ ଚେଷ୍ଟା କରାଯାଇଥିଲା । ଫରହାନ ଏବଂ ଶିବାନୀଙ୍କ ବିବାହ ବିଷୟରେ ଅନେକ କଳ୍ପନାଜଳ୍ପନା ରହିଛି । କେହି କେହି ଦାବି କରୁଥିଲେ ଯେ ଉଭୟ ନିକା ପଢିବେ। ଏହା ମଧ୍ୟ କୁହାଯାଉଥିଲା ଯେ, ଉଭୟ ମରାଠୀ ରୀତିନୀତିରେ ବିବାହ କରିପାରନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିଲା । ଏସବୁ ମଧ୍ୟରେ ଉଭୟଙ୍କ ବିବାହ ସହ ଜଡିତ ଏକ ନୂଆ ସୂଚନା ସାମ୍ନାକୁ ଆସିଛି ।

Farhan-Shibani

ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ନିକା ପଢିବେ ନାହିଁ କି ଦୁହେଁ ମରାଠୀ ରୀତିନୀତି ଅନୁଯାୟୀ ବିବାହ କରିବେ ନାହିଁ । ବରଂ ଉଭୟ ନିଜ ବିବାହକୁ ଏକ ଭିନ୍ନ ଢଙ୍ଗରେ କରିବାକୁ ଚିନ୍ତା କରିଛନ୍ତି । ଶିବାନୀ ଏବଂ ଫରହାନ୍ ଅତି ସାଧାରଣ ଭାବେ ବିବାହ କରିବାକୁ ଚାହୁଁଛନ୍ତି।

ଏହି ଯୋଡିଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ, ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ସେମାନଙ୍କ ବିବାହକୁ ଅତି ସରଳ ରଖିବାକୁ ଚାହୁଁଛନ୍ତି । ଏହି କାରଣରୁ ସେମାନେ ଅତିଥିମାନଙ୍କୁ ସରଳ ଏବଂ ସାଧାରଣ ପୋଷାକରେ ଆସିବାକୁ ମଧ୍ୟ କହିଛନ୍ତି । ବିବାହକୁ ସରଳ ରଖିବା ପାଇଁ ସେ ଅତିଥିମାନଙ୍କୁ ପେଷ୍ଟଲ ଏବଂ ଧଳା ପରି ରଙ୍ଗ ପିନ୍ଧିବାକୁ କହିଛନ୍ତି।

ସୂତ୍ରରୁ ଏହା ବି ଜଣାପଡିଛି ଯେ, ଫରହାନ ଏବଂ ଶିବାନୀ ଖଣ୍ଡାଲାରେ ବିବାହ କରିବେ । ଅତିଥିମାନେ ଏଠାରେ ରହିବା ପାଇଁ ବଙ୍ଗଳାରେ ବୁକିଂ ମଧ୍ୟ କରାଯାଇଛି । ଏହି ସମୟରେ ଅତିଥିଙ୍କ ପ୍ରତ୍ୟେକ ସୁବିଧାର ଧ୍ୟାନ ରଖାଯିବ । ଦୁହେଁ ନିଜେ ଏହି ବୁକିଂ କରିଛନ୍ତି । 19 ରେ ହେବାକୁ ଥିବା ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details