ମୁମ୍ବାଇ: ବି-ଟାଉନର ଫେମସ ନିର୍ଦ୍ଦେଶକ, ଲେଖକ, ଅଭିନେତା ଫରହାନ ଅଖତର ନାଗରିକତା ସଂଶୋଧନ ଆଇନ ଏବଂ ଏହାକୁ ନେଇ ହେଉଥିବା ହିଂସା ମାମଲାରେ ସୋସିଆଲ ମିଡିଆରେ ସକ୍ରିୟ ନଜର ଆସୁଛନ୍ତି । ଆଉ ନିଜ ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ସେ ପୁଣି ଏକ ଟ୍ବିଟ କରି ଚର୍ଚ୍ଚାରେ। ନାଗରିକତା ସଂଶୋଧନ ଆଇନ ପାଇଁ ଟ୍ବିଟ କରି ଫରହାନ ଲେଖିଛନ୍ତି ଯେ ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ଶେଷ ହୋଇଯାଇଛି ।
ସେ ନିଜ ଟ୍ବିଟରେ ନାଗରିକତା ସଂଶୋଧନ ଆଇନ ଓ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ ସହ ସମ୍ପୃକ୍ତ ଥିବା ଏକ ଫଟୋ ସେୟାର କରିଛନ୍ତି । ଏହାସହ ସେ ଜଣାଇଛନ୍ତି ଯେ ଏହା ବିରୋଧରେ ଆନ୍ଦୋଳନ କାହିଁକି କରିବା ଦରକାର । ଆଉ ଲେଖିଛନ୍ତି, ‘ଏଠାରେ ଆପଣଙ୍କୁ ଜାଣିବାର ଅଛି ଯେ ବିରୋଧ ପ୍ରଦର୍ଶନ କାହିଁକି ଆବଶ୍ୟକ । ଆପଣ ସହ 19 ତାରିଖରେ କ୍ରାନ୍ତି ମଇଦାନରେ ଦେଖା ହେବୁ । ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ଏବେ ଶେଷ ହୋଇଯାଇଛି ।’