ହାଇଦ୍ରାବାଦ: ରାଜକୁମାର ରାଓ ଏବଂ ପତ୍ରଲେଖା (Rajkummar Rao-Patralekhaa), କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ (Katrina Kaif- Vicky Kaushal)ଙ୍କ ପରେ ବର୍ତ୍ତମାନ ଆଉ ଏକ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବଲିଉଡର ଚର୍ଚ୍ଚିତ ଯୋଡ଼ି ଫରହାନ ଅଖତର ଏବଂ ବାନ୍ଧବୀ ଶିବାନୀ ଦାଣ୍ଡେକର ଫେବୃଆରୀ 21 କୋର୍ଟ ମ୍ୟାରେଜ କରିବାକୁ ଯାଉଛନ୍ତି । ଜାନୁଆରୀରେ ଫରହାନ ଏବଂ ଶିବାନୀ କୋର୍ଟ ମ୍ୟାରେଜ ପାଇଁ ଆବେଦନ କରିଥିଲେ। କୋର୍ଟ ମ୍ୟାରେଜ ପରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବେ।
ଗଣମାଧ୍ୟମରେ ଚାଲିଥିବା ଖବରକୁ ନିଶ୍ଚିତ କରି ଫରହାନ ଅଖତରଙ୍କ ପିତା ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଏକ ଖବର କାମଜ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ହଁ ମୋ ପୁଅ ବିବାହ କରୁଛି । ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି ।’ ଅଖତର ଆହୁରି କହିଛନ୍ତି ଯେ, କୋରୋନା ମହାମାରୀ ହେତୁ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ଏହି ବିବାହ ଉତ୍ସବରେ ଯୋଗଦେବେ । ଆମେ କୌଣସି ବଡ଼ ଆକାରର ପାର୍ଟି କିମ୍ବା ସମାରୋହ କରୁନାହୁଁ । ଏହି କାରଣରୁ ବିବାହରେ ବହୁତ କମ୍ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଫରହାନ ଏବଂ ଶିବାନୀ ସବୁବେଳେ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହାଁନ୍ତି । ବିବାହ ସହିତ ଜଡିତ ସମସ୍ତ ରୀତିନୀତି ହେବ କିନ୍ତୁ କମ୍ ଲୋକଙ୍କ ମଧ୍ୟରେ ହେବ ।