ମୁମ୍ବାଇ: ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ କର୍ମଚାରୀଙ୍କୁ ତାଙ୍କ ବାସଭବନରେ ନିଯୁକ୍ତି ଦେବାକୁ ମନା କରି ଦେଇଛନ୍ତି ।
ଫରହାନ ଗୁରୁବାର ଦିନ ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ଯାଇ ଗଣମାଧ୍ୟମର ଏକ ରିପୋର୍ଟକୁ ଖଣ୍ଡନ କରିଛନ୍ତି ।
ଫରହାନ ଗୁରୁବାର ଟ୍ବିଟ କରି କହିଛନ୍ତି, ମୋର ପାଖରେ କେଶବ ନାମକ କୌଣସି ବ୍ୟକ୍ତି କାମ କରୁନାହାଁନ୍ତି । ଆଶ୍ଚର୍ଯ୍ୟର କଥା, ସବୁ ମିଥ୍ୟା । ଏକ ଫେକ ନ୍ୟୁଜ୍ ଚ୍ୟାନେଲର ଅନ୍ୟ ଏକ ମିଛ କଥା । ଜଣେ ବ୍ୟକ୍ତି ଟିଭିରେ ଚିତ୍କାର କରିବା ସତ୍ୟ ନୁହେଁ ।
ତାଙ୍କ ଟ୍ବିଟ୍ ରେ ଜଣେ ୟୁଜର୍ସ ଲେଖିଛନ୍ତି, ବ୍ରେକିଙ୍ଗ୍ ନ୍ୟୁଜ୍ । ସାରା ଅଲି ଖାନଙ୍କ ଘରେ ନୀରଜ ଏବଂ ଫରହାନଙ୍କ ଘରେ କେଶବ । କିନ୍ତୁ ସେମାନେ କାହିଁକି ସନ୍ଦିଗ୍ଧମାନଙ୍କୁ ଚାକିରୀ ଦେଉଛନ୍ତି ?? @ ଫାର ଆଉଟ ଅଖତର" ।