ଓଡିଶା

odisha

ETV Bharat / sitara

ଫରଦିନ ଖାନଙ୍କୁ କୋରୋନା, ଟ୍ବିଟରରେ ଲେଖିଲେ- Happy isolating - ବଲିଉଡ ଅଭିନେତା ଫରଦିନ ଖାନ

ଅଭିନେତା ଫରଦିନ ଖାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଅଭିନେତା ତାଙ୍କ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ କୋରୋନା ପଜିଟିଭ୍ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଫରଦିନ ଖାନଙ୍କୁ କୋରୋନା, ଟ୍ବିଟରରେ ଲେଖିଲେ- Happy isolating
ଫରଦିନ ଖାନଙ୍କୁ କୋରୋନା, ଟ୍ବିଟରରେ ଲେଖିଲେ- Happy isolating

By

Published : Jan 20, 2022, 8:16 AM IST

ହାଇଦ୍ରାବାଦ:କୋରୋନାର ପ୍ରକୋପ ଥମିବାର ନାମ ନେଉନାହିଁ । ଗୋଟିଏ ପଟେ ଭାଇରସ୍ ହେତୁ ଚଳଚ୍ଚିତ୍ରର ସୁଟିଂ ସ୍ଥଗିତ ରଖାଯାଇଥିବା ବେଳେ ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ବଲିଉଡ ସେଲିବ୍ରିଟି କୋରୋନା ପଜିଟିଭ୍ ଥିବା ସୂଚନା ଆସୁଛି। ବୁଧବାର ଦିନ ବଲିଉଡ ଅଭିନେତା ଫରଦିନ ଖାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଅଭିନେତା ତାଙ୍କ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ କୋରୋନା ପଜିଟିଭ୍ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ପଜିଟିଭ୍ ଆସିବା ପରେ ଅଭିନେତା ନିଜକୁ ଆଇସୋଲେଟ କରିଛନ୍ତି। ଫରଦିନ ଖାନ ଟ୍ବିଟରରେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋ କୋଭିଡ -19 ଟେଷ୍ଟ ପଜିଟିଭ ଆସିଛି। ସୌଭାଗ୍ୟବଶତଃ ମୋର କୌଣସି ଲକ୍ଷଣ ନାହିଁ । ମୁଁ ସେହିମାନଙ୍କୁ ମୋର ବାର୍ତ୍ତା ପଠାଇଛି, ଯେଉଁମାନେ ଏହି ଭାଇରସ ସହ ଲଢି ସୁସ୍ଥ ହୋଇଛନ୍ତି ।

ଅଭିନେତା ଆହୁରି ଲେଖିଛନ୍ତି, ଯଦି ସାମାନ୍ୟତମ ସନ୍ଦେହ ମଧ୍ୟ ଥାଏ, ତେବେ କୋଭିଡ ପରୀକ୍ଷା କରନ୍ତୁ, କାରଣ ଏହି ଭାରିଏଣ୍ଟ ପିଲାମାନଙ୍କୁ ମଧ୍ୟ ତୀବ୍ରଗତିରେ ସଂକ୍ରମିତ କରୁଛି । ସେମାନଙ୍କୁ ଅତି ସୀମିତ ପରିମାଣର ଔଷଧ ଦିଆଯାଇପାରେ । ଆଇସୋଲେସନ୍‌ ମୁବାରକ ହୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details