ମୁମ୍ବାଇ: ବଲିଉଡର ଫେମସ କୋରିଓଗ୍ରାଫର ଗୀତା କପୁରଙ୍କ ଜନ୍ମଦିନରେ ନିର୍ଦ୍ଦେଶକ-କୋରିଓଗ୍ରାଫର ଫରାହ ଖାନ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
ଫରାହ ଇନଷ୍ଟାଗ୍ରାମରେ ଗୀତାଙ୍କ ସହ ତାଙ୍କର ଏକ ପୁରୁଣା ଦିନର ଫଟୋ ପୋଷ୍ଟ କରିଛନ୍ତି । ଫଟୋ ସହିତ ଫରାହା ଲେଖିଛନ୍ତି, "ଆମ ଦୁହେଁ ବହୁତ ଭଲ ଏବଂ ଖରାପ ଦିନ ଏକାସହିତ ଦେଖିଛୁ । ଜନ୍ମଦିନର ଶୁଭେଚ୍ଛା ଗୀତା । ମୋର ପିଲାମାନେ ଜନ୍ମ ହେବା ପୂର୍ବରୁ ତୁମେ ମୋତେ ମାଆ ଭଳି ଭଲପାଉଥିଲ । ମୁଁ ତୁମକୁ ବହୁତ ଭଲ ପାଏ" ।
ଏହାର ଉତ୍ତରରେ ଗୀତା ଲେଖିଛନ୍ତି, ମାମା ମୁଁ ତୁମକୁ ବହୁତ ଭଲ ପାଏ । ଫରାହଙ୍କ ଫଟୋକୁ ଦେଖି ଅଭିନେତା ଅନିଲ ଲେଖିଛନ୍ତି, ତୁମେ ଦୁହେଁ ବହୁତ ସୁନ୍ଦର ଏବଂ ସେକ୍ସି ଦେଖାଯାଉଛ ।
ଏଥିସହ ଏହି ଫଟୋରେ ଅନିଲଙ୍କ ଝିଅ ତଥା ଅଭିନେତ୍ରୀ ସୋନମ ଲେଖିଛନ୍ତି, "ଆପଣ ଦୁହିଁଙ୍କୁ ବହୁତ ସାରା ଭଲ ପାଇବା । ଗୀତା ମ୍ୟାମ୍ ମୋର ପ୍ରଥମ ଗୀତକୁ କୋରିଓଗ୍ରାଫ୍ କରିଥିଲେ । ଜନ୍ମଦିନର ଶୁଭେଚ୍ଛା ।