ଓଡିଶା

odisha

By

Published : Mar 24, 2021, 2:11 PM IST

ETV Bharat / sitara

ଆମ୍ବ କିଣି ହଟହଟା ଫରାହ, ଟ୍ରୋଲ କଲେ ଟ୍ରୋଲର୍ସ

ଭାଇରାଲ ହେଲା ଫରାହଙ୍କ ନୂଆ ଭିଡିଓ । ଫ୍ୟାନକ୍ଲବ ପେଜରେ ସେୟାର ହୋଇଥିବା ଭିଡିଓରେ ଆମ୍ବ କିଣୁଥିବାର ଆସିଲେ ନଜର । ହେଲେ ଭିଡିଓ ଦେଖି ଟ୍ରୋଲ କଲେ ୟୁଜର୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବର୍ତ୍ତମାନ ଦେଶର ସବୁଠୁ ବଡ ନିୟମ ସାଜିଛି ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବା । ଅନେକ ସ୍ଥାନରେ ଯଦି କେହି ଏହି ନିୟମର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କୁ ଜୋରିମନା ଦେବାକୁ ମଧ୍ୟ ପଡୁଛି । ଏମିତି ପରିସ୍ଥିତିରେ ବି-ଟାଉନର ଫେମସ କୋରିଓଗ୍ରାଫର ତଥା ନିର୍ମାତା ଫରାହ ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କାରଣ ମଙ୍ଗଳବାର ସେ ଏକ ଆଶ୍ଚର୍ଯ୍ୟକର କାମ କରି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ।

କଥାଟି ହେଲା ଯେ ଆମ୍ବ କିଣିବାକୁ ଯାଇଥିବା ଫରାହ ଘରୁ ମାସ୍କ ପିନ୍ଧି ବାହାରିଥିବା ବେଳେ ଆମ୍ବ କିଣିବା ପୂର୍ବରୁ ମାସ୍କ କାଢି କରି ଆମ୍ବ ଭଲ ଅଛି କି ନାହିଁ ଶୁଙ୍ଗି ଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସେପଟେ ଏହି ଭିଡିଓକୁ ଆଧାର କରି ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିବା ସହ କମେଣ୍ଟ ମଧ୍ୟ କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details