ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଟାଇଟେଲ ଟ୍ରାକ ମୁକ୍ତିଲାଭ କରିଛି । ଯେଉଁଥିରେ ସୁଶାନ୍ତଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳୁଛି ।
ଫିଲ୍ମର ପ୍ରଥମ ଗୀତ 'ଦିଲ ବେଚରା' ଏ.ଆର୍ ରେହମାନ ଗାଇଥିବାବେଳେ ଅମିତାଭ ଭଟ୍ଟାଚାର୍ଯ୍ୟ ଏହି ଗୀତକୁ ଲେଖିଛନ୍ତି । ଏହି ଗୀତକୁ ଫରାହ ଖାନ କୋରିଓଗ୍ରାଫି କରିଛନ୍ତି ।
ଫରାହ ଏହି ଗୀତ ସହ ଜଡିତ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଏହି ଗୀତଟି ମୋ ହୃଦୟର ନିକଟତର । କାରଣ ଏହା ପ୍ରଥମ ଥର ମୁଁ ସୁଶାନ୍ତଙ୍କୁ କୋରିଓଗ୍ରାଫି କରୁଥିଲି । ଆମେ ଦୀର୍ଘ ସମୟ ଧରି ବନ୍ଧୁ ଥିଲୁ, କିନ୍ତୁ ଏକାଠି କାମ କରିନଥିଲୁ । ମୁଁ ମଧ୍ୟ ମୁକେଶ ଛାବ୍ରାଙ୍କୁ ପ୍ରତିଶୃତି ଦେଇଥିଲି ଯେ ଯେତେବେଳେ ସେ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ, ମୁଁ ତାଙ୍କ ପାଇଁ ଏକ ଗୀତ କୋରିଓଗ୍ରାଫ୍ କରିବି । ମୁଁ ଚାହୁଁଥିଲି ଏହି ଗୀତଟି ଭଲ ଭାବରେ ସୁଟ କରାଯାଉ । ଏହି ଗାତରେ ସୁଶାନ୍ତ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଛନ୍ତି । ମୋର ମନେ ଅଛି ସୁଶାନ୍ତଙ୍କୁ ଥରେ ରିଅଲିଟି ଡ୍ୟାନ୍ସ ସୋ ରେ ମୁଁ ତାଙ୍କୁ ଜଣେ ସେଲିବ୍ରିଟି ଗେଷ୍ଟ ଭାବରେ ଜର୍ଜ କରିଥିଲି ଏବଂ ସେଠାରେ ମଧ୍ୟ ସେ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଥିଲେ ।