ଓଡିଶା

odisha

ଶାଢୀ ଲୁକରେ ସାରା, ପ୍ରଶଂସାରେ ପୋତିଲେ ଫ୍ୟାନ୍ସ

By

Published : Sep 27, 2021, 6:46 PM IST

Updated : Sep 27, 2021, 7:24 PM IST

ଗ୍ଲୋବାଲ ଇଭେଣ୍ଟରେ ଶାଢୀ ଲୁକରେ ସମସ୍ତଙ୍କୁ ମତୁଆଲା କଲେ ସାରା । ଦେଖନ୍ତୁ ଫଟୋ...

ଶାଢୀ ଲୁକରେ ସାରା, ପ୍ରଂଶାସରେ ପୋତିଲେ ଫ୍ୟାନ୍ସ
ଶାଢୀ ଲୁକରେ ସାରା, ପ୍ରଂଶାସରେ ପୋତିଲେ ଫ୍ୟାନ୍ସ

ହାଇଦ୍ରାବାଦ:ବଲିଉଡ଼ର ନମସ୍ତେ ଗର୍ଲ ତଥା ପଟୌଦି ସାରା ଅଲ୍ଲୀ ଖାନଙ୍କୁ ଆପଣ କୁର୍ତ୍ତା ଓ ଚୁଡିଦାର ଲୁକରେ ଅନେକ ଥର ଦେଖିଥିବେ । କିନ୍ତୁ ସାରା ମୁମ୍ବାଇରେ ଗତ ସେପ୍ଟେମ୍ବର ୨୫ ତାରିଖରେ ହୋଇଥିବା ଗ୍ଲୋବାଲ ଇଭେଣ୍ଟରେ ଶାଢୀ ଲୁକରେ ସମସ୍ତଙ୍କ ମନ କିଣିଛନ୍ତି । ପ୍ରଶଂସକ ସାରାଙ୍କ ଏହି ଲୁକ୍‌କୁ ଖୁବ ପସନ୍ଦ କରିଛନ୍ତି ।

ସାରା ଗ୍ଲୋବାଲ ସିଟିଜେନ ଲାଇଭ କ୍ୟାମ୍ପେନ ପାଇଁ କାର୍ଯ୍ୟ କରିଥାନ୍ତି । ତେବେ ସେ ଏହି ଇଭେଣ୍ଟରେ ଯୋଗ ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଇଣ୍ଡିଆନ ଲୁକ ନେଇଥିଲେ । ଯେଉଁଥିରେ ସେ ଏକ କଲରଫୁଲ ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଶାଢୀକୁ ମ୍ୟାଚ କରିବା ପରେ ଚୁଡି, ସିଲଭର ଝୁମକା ଓ ବିନ୍ଦି ପିନ୍ଧିଥିଲେ । ସାରାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ହେବା ମାତ୍ରେ ଫ୍ୟାନ୍ସ ତାଙ୍କ ଲୁକ ବହୁତ ପ୍ରଶଂସା କରିଥିଲେ ।

ସାରାଙ୍କ ଫଟୋରେ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ ସାରାଙ୍କ ଲୁକ ତାଙ୍କୁ ସ୍ବାଇପ କରିବାକୁ ଅଟକାଇ ଦେଇଛି । ଅନ୍ୟ ଜଣେ ଲେଖିଛନ୍ତି ଏହି ଲୁକରେ ସାରାଙ୍କ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ନିକଟରେ ଶବ୍ଦର ଅଭାବ ରହିଛି । ସାରା ଇନଷ୍ଟାଗ୍ରାମରେ ଏହି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଲେଖିଛନ୍ତି ଯେ, ବିକଜ ଓମେନ ଇନ ଏ ଶାରି ଆର ଅଲୱେଜ ପ୍ୟାରି' ଅର୍ଥାତ ମହିଳାମାନେ ସବୁବେଳେ ଶାଢୀରେ ସୁନ୍ଦର ଦେଖାଯାଇଥାନ୍ତି ।

ସାରାଙ୍କ ଫିଲ୍ମ ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ ଆନନ୍ଦ ଏଲ ରାୟଙ୍କ ଫିଲ୍ମ 'ଅତରଙ୍ଗୀ ରେ' ନଜର ଆସିବାକୁ ଯାଉଛନ୍ତି । ଏଥିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଓ ସାଉଥ ସୁପରଷ୍ଟାର ଧନୁଷ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 27, 2021, 7:24 PM IST

ABOUT THE AUTHOR

...view details