ମୁମ୍ବାଇ: ସନ୍ଦେହ ଘେରରେ ବଲିଉଡ ଅଭିନେତ୍ରୀ ରାଧିକା ଆପତେ । କୋରୋନା ସଂକ୍ରମିତ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପ୍ରଶଂସକ । ନିକଟରେ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି ଯାହା ତାଙ୍କ ଫ୍ୟାନ୍ସଙ୍କ ଚିନ୍ତା ବଢାଇଛି ।
ରାଧିକା କିଛି ସମୟ ପୂର୍ବରୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଡାକ୍ତରଖାନାରେ ମାସ୍କ ଏବଂ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ସେ ଏହି ଫଟୋଟିକୁ ସେୟାର କରିବା ମାତ୍ରେ ତାଙ୍କର ଅନେକ ପ୍ରଶଂସକ କୋରୋନା ଭାଇରସ ଆଶଙ୍କାକୁ ନେଇ ତାଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଏହାର ଉତ୍ତରରେ ରାଧିକା ସମସ୍ତଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ସେ ବର୍ତ୍ତମାନ ଡାକ୍ତରଖାନା ପରିଦର୍ଶନ ପାଇଁ ଆସିଛନ୍ତି ଏବଂ ନିରାପଦରେ ଅଛନ୍ତି ।