ମୁମ୍ବାଇ: କୋରୋନା ନିୟମ ଉଲ୍ଲଂଘନ କରିବାରୁ ମୁମ୍ବାଇ ପୋଲିସ ଗୁରୁବାର ଦିନ ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା । ପୋଲିସର ସୂଚନାନୁସାରେ, ଟାଇଗର ଓ ଦିଶା ଦିନ 2ଟା ପରେ ତାଙ୍କ ଘରୁ ବାହାରି ବୁଲୁଥିଲେ । ପୋଲିସ ସେମାନଙ୍କୁ ପଚାରିବାରୁ ସେ କିଛି ଉପଯୁକ୍ତ ଉତ୍ତର ଦେଇପାରିନଥିଲେ । କୋଭିଡ ନିୟମ ଉଲଂଘନ କରିବା ନେଇ ଆଇପିସି ଧାରା 188 ଅଧୀନରେ ଉଭୟଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସେମାନଙ୍କ ନାଁରେ କେବଳ ଚାଲାଣ କାଟି ଛାଡି ଦେଇଥିବା କହିଛି ପୋଲିସ ।
ଟାଇଗରଙ୍କ ବିରୋଧରେ ପୋଲିସ, ସମର୍ଥନରେ ଫ୍ୟାନ୍ସ - i support tiger shroff ଟ୍ରେଣ୍ଡ
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘Isupporttigershroff’ । କୋରୋନା ନିୟମ ଉଲ୍ଲଂଘନ କରିବାକୁ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ...
ଇତିମଧ୍ୟରେ ଟାଇଗରଙ୍କ ସମର୍ଥନରେ ନଜର ଆସୁଛନ୍ତି ଫ୍ୟାନ୍ସ । ସେପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଟାଇଗରଙ୍କ ମା' ଆୟୁଷା ଶ୍ରଫ । ସେ ଜଣେ ଫଟୋଗ୍ରାଫରଙ୍କ ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ତୁମର ତଥ୍ୟ ଭୁଲ ଅଟେ । ସେମାନେ ଘରକୁ ଫେରୁଥିଲେ ଏବଂ ପୋଲିସ ରାସ୍ତାରେ ଆଧାର କାର୍ଡ ଯାଞ୍ଚ କରୁଥିଲା। ଏପରି ସମୟରେ ବୁଲିବାକୁ କେହି ଆଗ୍ରହୀ ନୁହଁନ୍ତି । ଏହିପରି କଥା କହିବା ପୂର୍ବରୁ ଦୟାକରି ଆପଣଙ୍କର ତଥ୍ୟ ସଂଶୋଧନ କରନ୍ତୁ | ଧନ୍ୟବାଦ।’
ସେପଟେ ସୋସିଆଲ ମିଡିଆରେ ଟାଇଗରଙ୍କୁ ସମର୍ଥନ କରି ଫ୍ୟାନ୍ସ ‘i support tiger shroff’ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ଫ୍ୟାନ ଟ୍ବିଟ କରି ଲେଖିଛନ୍ତି, ସେମାନେ ତୁମକୁ ଘୃଣା କରନ୍ତି କାରଣ ସେମାନେ ତୁମର କିଛି କରିପାରିବେନି।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଆମ ସବୁବେଳେ ତୁମ ସହିତ ଅଛୁ ।’ ଏହିପରି ଏବେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।