ମୁମ୍ବାଇ: ଭେଟେରାନ ଗୀତିକାର ଗୁଲଜାର, ଗାୟକ ସୁଖବିନ୍ଦର ସିଂ ଓ ସଙ୍ଗୀତକାର ସିମାବ ସେନଙ୍କ ସହ ମିଶି ଚର୍ଚ୍ଚିତ କମେଡି କାର୍ଟୁନ୍ ଶୋ ‘ଲମ୍ବୁଜୀ ଟିଙ୍ଗୁଜି'ର ଟାଇଟେଲ ଟ୍ରାକ୍ ନିର୍ମାଣ କରିଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ ।
ଏହି ଅବସରରେ ସିମାବ କହିଛନ୍ତି, ‘ଟାଇଟେଲ ଟ୍ରାକ୍ ଲମ୍ବୁଜୀ ଟିଙ୍ଗୁଜି ଅନନ୍ୟ ଏବଂ ମଜାଳିଆ ଏବଂ ଏହାର ଚରିତ୍ରଗୁଡ଼ିକୁ ଉପଯୁକ୍ତ ଭାବରେ ବର୍ଣ୍ଣନା କରୁଛି । ଗୁଲଜାର ସାହେବ ଅତ୍ୟନ୍ତ ଉତ୍କୃଷ୍ଟ ଗୀତ ରଚନା କରିଛନ୍ତି ଏବଂ ତାଙ୍କ ସହିତ ମିଶି କୌତୁକିଆ ଗୀତ ତିଆରି କରିବା ମୋ ପାଇଁ ମଜାଦାୟକ ଥିଲା | ଏଥି ସହିତ ସୁଖବିନ୍ଦରଙ୍କ କଣ୍ଠ ଏହାର ସ୍ପନ୍ଦନକୁ ଜୀବନ୍ତ କରିଛି । ମୁଁ ତାଙ୍କ କଣ୍ଠ ଉପରେ ଯୁବ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ଚାହେଁ, ଏବଂ ଆଶା କରେ ଯେ ଏହା ବହୁତ ପ୍ରଶଂସା ପାଇବ ।’