ଓଡିଶା

odisha

ଶାହିଦଙ୍କ ମଜାଦାର ଅନ୍ଦାଜରେ ଆଶ୍ଚର୍ଯ୍ୟ ମୀରା

By

Published : Apr 3, 2021, 11:21 AM IST

ଭାଇରାଲ ହେଲା ଶାହିଦ କପୁରଙ୍କ ନୂଆ ଭିଡିଓ । ଇନଷ୍ଟାଗ୍ରାମ କାର୍ଟୁନ ଫିଚର ବ୍ୟବହାର କରି ଗାଇଲେ ଗୀତ । ଆଶ୍ଚର୍ଯ୍ୟ ହେଲେ ସମସ୍ତେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ଅନସ୍କ୍ରିନ ଓ ଅଫସ୍କ୍ରିନ ଦୁଇଟି ସ୍ଥାନରେ କ୍ୟୁଟ ଆକ୍ଟର ଶାହିଦ କପୁରଙ୍କ ଫ୍ୟାନ୍ସ ଫଲୋଇଂ ଆକାଶ ଛୁଆଁ । ସେ ସୋସିଆଲ ମିଡିଆରେ ଅନ୍ୟ ଷ୍ଟାର୍ସଙ୍କ ପରି ଏତେ ଆକ୍ଟିଭ ରୁହନ୍ତିନି । ହେଲେ ଯେବେ ମଧ୍ୟ ସେ କିଛି ପୋଷ୍ଟ କରନ୍ତି ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ଏଥର ତାଙ୍କର ଏକ ମଜାଦାର ଭିଡିଓ ଭାଇରାଲ ହେଉଛି । ଯାହା ଉପରେ କମେଣ୍ଟ କରିଛନ୍ତି ତାଙ୍କ ସୁନ୍ଦରୀ ପତ୍ନୀ ମୀରା ରାଜପୁତ ।

କଥାଟି ହେଲା ଯେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଶାହିଦ କାର୍ଟୁନ ଫେସ କରି ଗୀତ ଗାଉଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ଏହି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ମୁହଁରୁ ହସ ବାହାରି ପଡିଛି ।

ସେପଟେ ମୀରା ଆଶ୍ଚର୍ଯ୍ୟକର ଇମୋଜି କମେଣ୍ଟରେ ଦେଇଥିବା ବେଳେ ଶାହିଦଙ୍କ ସାନ ଭାଇ ଇଶାନ ଖଟ୍ଟର କମେଣ୍ଟ କରି ଲେଖିଛନ୍ତି, ‘ଧରିତ୍ରୀରେ କେଉଁ ଜିନିଷ ତୁମ ?’ ଇଶାନଙ୍କ ଏହି ପୋଷ୍ଟରେ କମେଣ୍ଟ କରି ମୀରା ପୁଣି ଲେଖିଛନ୍ତି, ‘ମୁଁ ମଧ୍ୟ କିଛି ଏପରି ଭାବୁଛି ।’

ଶାହିଦଙ୍କ ଆଗାମୀ ଫିଲ୍ମ ବିଷୟରେ ଯଦି କଥା ହେବା ତାହାଲେ ସେ ଖୁବଶୀଘ୍ର ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଜର୍ସି’ରେ ନଜର ଆସିବେ । ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମରେ ଶାହିଦଙ୍କ ସହ ନଜର ଆସିବେ ସୁପର 30 ଅଭିନେତ୍ରୀ ମୃଣଳ ଠାକୁର ।

ABOUT THE AUTHOR

...view details