ଓଡିଶା

odisha

ETV Bharat / sitara

ନତାଶାଙ୍କୁ ମା' ହେବା ଶଭେଚ୍ଛା ଜଣାଇଲେ ଏକ୍ସ ବୟଫ୍ରେଣ୍ଡ ଏଲି - ହାର୍ଦ୍ଧିକ-ନତାଶାଙ୍କୁ ନେଇ ଖୁସି ପ୍ରକାଶ କଲେ ଅଭିନେତା ଏଲି ଗୋନି

ସୋସିଆଲ ମିଡିଆରେ ହାର୍ଦ୍ଧିକ-ନତାଶାଙ୍କୁ ନେଇ ଖୁସି ପ୍ରକାଶ କଲେ ଅଭିନେତା ଏଲି ଗୋନି । ସେ ପୂର୍ବରୁ ନତାଶାଙ୍କ ବୟଫ୍ରେଣ୍ଡ ରହିସାରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 2, 2020, 5:45 PM IST

ମୁମ୍ବାଇ: କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକଙ୍କ ଘରେ ନୂଆ ସଦସ୍ୟ ଆସିବାକୁ ଯାଉଛନ୍ତି । ଆଜ୍ଞା ହଁ, ଏହି ଯୋଡି ମାତା-ପିତା ସାଜିବେ । ଏହାର ସୂଚନା ହାର୍ଦ୍ଧିକ ସୋସିଆଲ ମିଡିଆରେ ନତାଶାଙ୍କ ସହ କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଥିଲେ । ଖାଲି ଏତିକି ନୁହେଁ ଲକଡାଉନରେ ଦୁଇଜଣ ବିବାହ କରିନେବା କଥା ମଧ୍ୟ ଚର୍ଚ୍ଚାରେ । ସେପଟେ ନତାଶାଙ୍କ ବିବାହ ଓ ଗର୍ଭବତୀ କଥା ଶୁଣି ତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଅଭିନେତା ଏଲି ଗୋନି ଖୁସି ଜାହିର କରିଛନ୍ତି ।

ନତାଶାଙ୍କ ଏକ ସୋସିଆଲ ମିଡିଆ ଫଟୋ ଉପରେ ଏଲି କମେଣ୍ଟ କରି ଲେଖିଛନ୍ତି, ‘ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ ।’ ଏମିତି ପ୍ରଥମଥର ହୋଇନାହିଁ ଯେବେ ଏଲି ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଫଟୋରେ କମେଣ୍ଟ କରିଥିବେ ।

ସେ ପୂର୍ବରୁ ମଧ୍ୟ ତାଙ୍କ ନିର୍ବନ୍ଧରେ ଶାନଦାର କମେଣ୍ଟ କରି ଚର୍ଚ୍ଚାରେ ଆସିଥିଲେ । ସେହିପରି ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ନତାଶା ଓ ହାର୍ଦ୍ଧିକଙ୍କ ପାଇଁ ଖୁସି ଅଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details