ହାଇଦ୍ରାବାଦ: ସାମ୍ପ୍ରଦାୟିକ ଭିଡିଓ ସେୟାର କରି ବିବାଦରେ ଫସିଥିବା ଏଜାଜ ଖାନଙ୍କୁ ମିଳିଲା ମୁକ୍ତି । 20 ଜୁଲାଇରେ 14 ଦିନ ପାଇଁ ପୋଲିସ ରିମାଣ୍ଡରେ ଯାଇଥିବା ଏଜାଜଙ୍କୁ ମିଳିଛି ଜାମିନ । ଏକ ଲକ୍ଷ ଟଙ୍କା ଜୋରିମାନା ସହ ଏଜାଜଙ୍କୁ ମୁକ୍ତ କରିଛି ମୁମ୍ବାଇର ଏସପ୍ଲାନେଡ କୋର୍ଟ ।
ଏଜାଜ ଖାନଙ୍କୁ ମିଳିଲା ଜାମିନ - ଏଜାଜ ଖାନଙ୍କ ସାମ୍ପ୍ରଦାୟିକ ଭିଡିଓ
ବିବାଦୀୟ ଭିଡିଓ କରି ଫସିଥିବା ଏଜାଜ ଖାନଙ୍କୁ ମିଳିଛି ଜାମିନ । 14 ଦିନ ରିମାଣ୍ଡରେ ଯାଇଥିବା ଏଜାଜଙ୍କୁ ମିଳିଛି ମୁକ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର/@AjazkhanActor
ସାମ୍ପ୍ରଦାୟିକ ଭିଡିଓ ପ୍ରସ୍ତୁତ କରି ଜାତିବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା । ଏହାସହ ମୁମ୍ବାଇ ପୋଲିସକୁ ମଧ୍ୟ ଥଟ୍ଟା କରିଥିଲେ ଏଜାଜ । ପରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।