ଓଡିଶା

odisha

ETV Bharat / sitara

Esha Gupta Tests Positive: ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତାଙ୍କୁ କୋରୋନା - ହୋମ୍ କ୍ବାରେଣ୍ଟାଇନରେ ଈଶା ଗୁପ୍ତା

ପୁଣି ଥରେ ଦେଶରେ କୋରୋନା ବିପଦ ବଢିବାରେ ଲାଗିଛି । ଦୈନିକ ସଂକ୍ରମିତ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି। ଅଧିକ ପଢନ୍ତୁ

ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା କୋରୋନା ସଂକ୍ରମିତ
ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା କୋରୋନା ସଂକ୍ରମିତ

By

Published : Jan 10, 2022, 3:50 PM IST

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିରେ କୋରୋନା କହର । ବଲିଉଡ ଠାରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ଷ୍ଟାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି । ସାଉଥ୍ ଇଣ୍ଡଷ୍ଟ୍ରିର ଦିଗ୍ଗଜ ଅଭିନେତା ସତ୍ୟରାଜ, ମହେଶ ବାବୁ, ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର, ଶରଦ ମଲହୋତ୍ରା, ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲଙ୍କ ପରେ ଏବେ ଈଶା ଗୁପ୍ତାଙ୍କ ନାଁ ଯୋଡି ହୋଇଛି ।

ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା କୋରୋନା ସଂକ୍ରମିତ ହୋଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ସମସ୍ତ ସୁରକ୍ଷା ଅନୁସରଣ କରିବା ସତ୍ତ୍ବେ ମୁଁ କୋରୋନା ସଂକ୍ରମିତ ହୋଇଛି । ମୁଁ କୋରୋନା ନିୟମ ପାଳନ କରୁଛି ଏବଂ ହୋମ୍ କ୍ବାରେଣ୍ଟାଇନରେ ଅଛି ।

ଦେଶରେ ପୁଣି ଥରେ କୋରୋନା ବିପଦ ବଢିବାରେ ଲାଗିଛି । ଦୈନିକ ସଂକ୍ରମିତ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥି ସହିତ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ମଧ୍ୟ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ପୁନର୍ବାର ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ସମେତ ଅନେକ ରାଜ୍ୟରେ କୋରୋନା ପ୍ରତିବନ୍ଧକ ପୁଣି ଆରମ୍ଭ ହୋଇଛି । ଅନ୍ୟପଟେ, ଏହି ସଂକ୍ରମଣର ପ୍ରଭାବ ମନୋରଞ୍ଜନ ଜଗତରେ ମଧ୍ୟ ଦ୍ରୁତ ଗତିରେ ବଢୁଥିବା ନଜର ଆସିଛି । ଗତ କିଛି ଦିନ ମଧ୍ୟରେ, ବଲିଉଡ ଏବଂ ଟିଭି ଜଗତର ଅନେକ କଳାକାର କୋରୋନାରେ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details