ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କୋରୋନା ପଜିଟିଭ୍ ବାହାରିବା ପରେ ସୋସିଆଲ ମିଡିଆରେ କିଛି ଅପପ୍ରଚାର କରାଯିବା ସହ ଭୁଲ ତଥ୍ୟ ମଧ୍ୟ ଦିଆଯାଉଛି । ଅଭିନେତ୍ରୀ ହେମାମାଳିନୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମଧ୍ୟ ଭୁଲ ଖବର ଦେଖିବାକୁ ମିଳିଥିଲା ।
ହେମାମାଳିନୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସୂଚନା ଦେଲେ ଇଶା - ଭାଇରାଲ ହେଉଛି ହେମାମାଳିନୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମିଥ୍ୟା ଖବର
ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କୋରୋନା ପଜିଟିଭ୍ ବାହାରିବା ପରେ ସୋସିଆଲ ମିଡିଆରେ କିଛି ଅପପ୍ରଚାର କରାଯିବା ସହ ଭୁଲ ତଥ୍ୟ ମଧ୍ୟ ଦିଆଯାଉଛି ।
ସୋସିଆଲ ମିଡିଆରେ ହେମାମାଳିନୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଇଶା ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି। ଇଶା ଟ୍ବିଟ୍ କରି ସୂଚନା ଦେଇଛନ୍ତି, ‘ ମୋ ମା ହେମାମାଳିନୀ ସମ୍ପୁର୍ଣ୍ଣ ଫିଟ୍ ଓ ଭଲ ଅଛନ୍ତି । ତାଙ୍କ ଅସୁସ୍ଥତାର ଖବର ମିଥ୍ୟା। ଏହିପରି ଗୁଜବକୁ ଅଣଦେଖା କରନ୍ତୁ । ସମସ୍ତଙ୍କ ଭଲପାଇବା ଓ ଚିନ୍ତା ପାଇଁ ଧନ୍ୟବାଦ ’।
ତେବେ ଏହା ପୂର୍ବରୁ ରଣବୀର କପୁର, ନୀତୁ କପୁର ଓ କରଣ ଜୋହର କୋଭିଡ ପଜିଟିଭ୍ ଥିବା ମିଥ୍ୟା ଖବର ମଧ୍ୟ ସୋସିଆଲ ମିଡିଆରେ ଘୂରିବୁଲିଥିଲା । ପରେ ରିଧିମା କପୁର ଟ୍ବିଟ କରି ଏହାକୁ ମିଥ୍ୟ ବୋଲି କହିଥିଲେ ।