ଓଡିଶା

odisha

ETV Bharat / sitara

ପିଙ୍କ ବିକିନିରେ ଟିଭିର ସଂସ୍କାରୀ ବୋହୂ - ଏରିକା ଫର୍ଣ୍ଣାଡିସ

ପୁଣି ବିକିନି ଫଟୋକୁ ନେଇ ୟୁଜର୍ସଙ୍କ ଟାର୍ଗେଟରେ ଛୋଟ ପରଦାର ପ୍ରେରଣା । ପୂର୍ବରୁ ମଧ୍ୟ ସେୟାର କରିସାରିଛନ୍ତି ରେଡ ବିକିନି ଫଟୋ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏରିକା ଫର୍ଣ୍ଣାଡିସ

By

Published : Sep 4, 2019, 8:09 PM IST

ମୁମ୍ବାଇ: ଛୋଟ ପରଦାର ଫେମସ ଧାରାବାହିକ ‘କସୌଟି ଜିନ୍ଦଗୀ କି 2’ ର ସଂସ୍କାରୀ ବୋହୂ ଏରିକା ଫର୍ଣ୍ଣାଡିସ ଏବେ ନିଜ ଏକ ଫଟୋକୁ ନେଇ ଚର୍ଚ୍ଚାରେ । ଏହି ଧାରାବାହିକରେ ପ୍ରେରଣା ଭୂମିକାରେ ଅଭିନୟ କରୁଥିବା ଏରିକା ରିଲ ଲାଇଫରେ ଯେତେ ସଂସ୍କାରୀ ରିୟଲ ଲାଇଫରେ ସେତିକି ହିଁ ବୋଲ୍ଡ ଏବଂ ବିନ୍ଦାସ ।

ସେ ବୁଧବାର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପିଙ୍କ କଲର ବିକିନିରେ ନଜର ଆସୁଛନ୍ତି । ଫଟୋରେ ତାଙ୍କ ଗ୍ଲାମରସ ଲୁକ ଦେଖି ମିଳୁଛି । ଫଟୋକୁ ସେୟାର କରି ସେ ଲେଖିଛନ୍ତି, ‘ନକାରତ୍ମକ ଜିନିଷକୁ ଭସାଇ ଦିଅ ଏବଂ ଏକ ନୂଆ ସୁନ୍ଦର ଦିନ ଆଣ ।’

ଫଟୋରେ ସେ ଅଧିକ ଡେଙ୍ଗା ଦେଖାଯାଉଥିବାରୁ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ମଜାକ ଉଡାଉଛନ୍ତି ୟୁଜର୍ସ । ଜଣେ ୟୁଜର ତାଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି, ‘ଜିରାଫ ଭଳି ଲାଗୁଛ ।‘ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଶରୀରରେ କିଛି ଅଛି କି ନାହିଁ, ଖାଦ୍ୟ ଖାଅ ।‘ ଏପରି ଅନେକ ଖରାପ କମେଣ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ସୋସିଆଲ ମିଡିଆରେ ତାଙ୍କ ଫଟୋ ପ୍ରାୟତଃ ଭାଇରାଲ ହୋଇଥାଏ । ଏହାପୂର୍ବରୁ ସେ ମାଲଦ୍ବୀପ ଭେକେଶନରେ ରେଡ କଲର ବିକିନି ପିନ୍ଧିଥିବାର ନଜର ଆସିଥିଲେ।

ABOUT THE AUTHOR

...view details