ମୁମ୍ବାଇ: ଆଇନ ଜାଲରେ ଫସିଲେ ନୀଳ ନୟନା । ପାନାମା ପେପର୍ସ ଲିକ୍ ଘଟଣାରେ ବଚ୍ଚନ ପରିବାରର ଚିନ୍ତା ବଢ଼ିଛି । ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କୁ EDର ସମନ (Enforcement Directorate summons Aishwarya Rai) । ପାନାମା ପେପର ଲିକକୁ ନେଇ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥାନ୍ତେ । ଅନ୍ୟ ଏକ ତାରିଖ ମାଗିଥିବା ଜଣାପଡିଛି । ଖୁବ୍ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି ଜଣାପଡିଛି । ଇଡି ଏହି ମାମଲାରେ (ପିଏମଏଲଏ) ମନି ଲଣ୍ଡ୍ରିଂ ଧାରା ୨୦୦୨ ଅଧିନରେ ଏକ ମାମଲା ରୁଜ୍ଜୁ କରିଛି ।