ଓଡିଶା

odisha

ETV Bharat / sitara

କାଶ୍ମୀର ନାଗରିକତା ଫେରିପାଇଲେ ଏକତା, ଜାହିର କଲେ ଖୁସି - ଆର୍ଟିକଲ 370

2018ରେ ଅଭିନେତା ସୁମିତ ବ୍ୟାସଙ୍କ ସହ ବିବାହ କରିଥିବା ଅଭିନେତ୍ରୀ ଏକତା 370 ଧାରା ହଟିବା ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି । ବିବାହ ପରେ କାଶ୍ମୀର ନାଗରିକତା ହରାଇଥିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କୌଲ

By

Published : Aug 6, 2019, 12:06 PM IST

ମୁମ୍ବାଇ: ଛୋଟ ପରଦାର ପପୁଲାର ଅଭିନେତ୍ରୀ ଏକତା କୌଲ କାଶ୍ମୀରରୁ 370 ଧାରା ହଟିବା ନିଷ୍ପତ୍ତିରେ ନିଜ ପ୍ରତିକ୍ରିୟା ରଖିବା ସହ ଖୁସି ଜାହିର କରିଛନ୍ତି । ଏହାର କରଣ ହେଲା ଯେ, ଏକତା କଶ୍ମୀରବାସୀ । ଗତ ବର୍ଷ ସେ ଅଭିନେତା ସୁମିତ ବ୍ୟାସଙ୍କୁ ବିବାହ କରିବା ପରେ ସେ ଅଣ-କାଶ୍ମରୀ ହୋଇଯାଇଥିଲେ।

ଏକ ସାକ୍ଷାତକାରରେ ଏକତା କହିଥିଲେ ତାଙ୍କ ପିତା ତାଙ୍କୁ ସକାଳେ ଉଠାଇଲେ ଆଉ କହିଲେ ଜଲଦି ଟିଭି ଦେଖ । ସରକାରଙ୍କ ଏପରି ନିଷ୍ପତ୍ତି ଦେଖି ସେ ବହୁତ ଖୁସି ଅନୁଭବ କରିଥିଲେ। ପୁଣିଥରେ ସେ କାଶ୍ମୀରବାସି ହେବା ସହ ନିଜ ରାଜ୍ୟ ଫେରିପାଇଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ଆମେ ଏହି ଅବସରକୁ ଧୂମଧାମରେ ପାଳନ ମଧ୍ୟ କରିଥିଲୁ ।

ବିବାହ ପରେ ସେ ଅନୁଭବ କରିଥିଲେ କି ସବୁ ଜିନିଷ କେତେ ଶୀଘ୍ର ବଦଳିଗଲା । ସେ କିଛି କାମ ଆଉ କରିପାରିବେ ନାହିଁ । ସେ ଅନେକ ଜିନିଷର ଅଂଶ ଆଉ ନଥିଲେ । ବିବାହ ପରେ ସବୁକିଛି ହଠାତ୍ ବଦଳି ଯାଇଥିଲା। ସେ ପିଲା ବେଳୁ ଚାହୁଁଥିଲେ କାଶ୍ମୀରରେ ଜମି କିଣିବାକୁ । ସେ ସବୁବେଳେ କାଶ୍ମୀରକୁ ଯିବାକୁ ଚାହୁଁଥିଲେ । କିନ୍ତୁ ବିବାହ ପରେ ସେ କାଶ୍ମୀର ବାସିନ୍ଦା ଆଉ ନଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କୌଲ

ଏବେ ସେ ଆଶା କରୁଛନ୍ତି ପୁଣିଥରେ ସବୁ ଜିନିଷ ପରିବର୍ତ୍ତନ ହୋଇଯିବ ବୋଲି କହିଥିଲେ ଏକତା । ପ୍ରକାଶ ଥାଉକି ଏକତାଙ୍କ ଜନ୍ମ କାଶ୍ମୀରରେ ହୋଇଥିଲା । ଆଉ 2018ରେ ସେ ଫେମସ ଅଭିନେତା ସୁମିତଙ୍କୁ ବିବାହ କରିଥିଲେ ।

ଆର୍ଟିକଲ 370 ଅନୁଯାୟୀ କାଶ୍ମୀର ମହିଳା, କୌଣସି ବାହାର ବ୍ୟକ୍ତିଙ୍କ ସହ ବିବାହ କରନ୍ତି ତେବେ ତାଙ୍କ ରାଜ୍ୟ ନାଗରିକତା ଶେଷ ହୋଇଯିବ । ଏବେ 370 ହଟିବା ପରେ କାଶ୍ମୀର ମହିଳା ଭାରତ ସହ ଦେଶର ଯେକୌଣସି ବ୍ୟକ୍ତିଙ୍କୁ ବିବାହ କରିପାରିବେ ଏବଂ ତାଙ୍କର ନାଗରିକତା ମଧ୍ୟ ଶେଷ ହେବନାହିଁ।

ABOUT THE AUTHOR

...view details