ମୁମ୍ବାଇ: ଟେଲି ଜଗତର ରାଣୀ ପ୍ରଯୋଜିକା ଏକତା କପୁର ପୁଣିଥରେ ନିଜ ଦରିଆ ଦିଲର ପରିଚୟ ଦେଇଛନ୍ତି । ସହ କଳାକାରଙ୍କ ପାଇଁ ସେ ନିଜ ଏକବର୍ଷର ଦରମା ତ୍ୟାଗ କରିଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।
ସହକର୍ମୀଙ୍କ ପାଇଁ ନିଜ ବର୍ଷକର ଦରମା ଛାଡିଲେ ଏକତା କପୁର
କୋରୋନା ଭୟରେ ଦେଶବ୍ୟାପୀ ଲକଡାଉନ ଘୋଷିତ ହୋଇଛି । ଫଳରେ ବିଭିନ୍ନ ଫିଲ୍ମ ଓ ସିରିଏଲର ସୁଟିଂ ବାତିଲ ହୋଇଛି । ଅଧିକ ପଢନ୍ତୁ...
ସହକର୍ମୀଙ୍କ ପାଇଁ ନିଜ ବର୍ଷକର ଦରମା ଛାଡିଲେ ଏକତା କପୁର
କୋରୋନା ଭୟରେ ଦେଶବ୍ୟାପୀ ଲକଡାଉନ ଘୋଷିତ ହୋଇଛି । ଫଳରେ ବିଭିନ୍ନ ଫିଲ୍ମ ଓ ସିରିଏଲର ସୁଟିଂ ବାତିଲ ହୋଇଛି । ଏଥିପାଇଁ ବିଭିନ୍ନ ଟେଲି କଳାକାର ସମସ୍ୟାରେ ପଡିଛନ୍ତି । ଏପରି ସ୍ଥିତିରେ ଏକତାଙ୍କ ବାଲାଜୀ ଟେଲି ଫିଲ୍ମସ ପକ୍ଷରୁ ସମସ୍ତ ସୁଟିଂ ସ୍ଥଗିତ ରଖାଯାଇଛି ।
ତେବେ ନିଜ ସହକର୍ମୀଙ୍କ ପାଇଁ ଏକତା ନିଜର ବର୍ଷକର ଦରମା ଛାଡି ଦେଇଛନ୍ତି । ତାଙ୍କ ବର୍ଷକର ଦରମା 2.50 କୋଟି ଟଙ୍କା ବାକି ସହକର୍ମୀଙ୍କୁ ଦେବାକୁ ସେ ନିଷ୍ପତ୍ତି ନେଇଥିବା ବାଲାଜୀ ଟେଲିଫିଲ୍ମସ ପକ୍ଷରୁ ଘୋଷଣା ହୋଇଛି । ଏହାସହ ସମସ୍ତ କଳାକାରଙ୍କୁ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।