ମୁମ୍ବାଇ: ଆଜିକାଲି ବଲିଉଡର କୁଇନ କଙ୍ଗନା ରଣାୱତ ଓ ଫିଲ୍ମ ନିର୍ମାତା ଏକତା କପୁର ମଧ୍ୟରେ କିଛି ମଧ୍ୟ ଠିକ ଚାଲିନାହିଁ । ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ ଗୀତ ଲଞ୍ଚିଂ ସମୟରେ କଙ୍ଗନା ଜଣେ ସାମ୍ବାଦିକ ସହ ଯୁକ୍ତିତର୍କ କରି ଚର୍ଚ୍ଚାରେ ଆସିଥିଲା । କଙ୍ଗନାଙ୍କ ଏହି ବିବାଦ ଅନେକ ଦିନ ପର୍ଯ୍ୟନ୍ତ ବଲିଉଡ ଗ୍ୟାଲେରିର ଲାଇମଲାଇଟରେ ରହିଥିଲା । ଏହି ବିବାଦ ପରଠାରୁ କଙ୍ଗନା ଓ ଏକତାଙ୍କ ମଧ୍ୟରେ ସମସ୍ୟା ଦେଖା ଦେଇଥିଲା ।
ଏକତା ଫିଲ୍ମ ଏବଂ ଟେଲି ଜଗତରେ ଦୀର୍ଘ ସମୟରୁ କାମ କରିଆସୁଛନ୍ତି । ତେଣୁ ସେ ସବୁବେଳେ ମିଡିଆ ଏବଂ ଇଣ୍ଡଷ୍ଟ୍ରି ସହ ଭଲ ସମ୍ପର୍କ ରଖିଥାଆନ୍ତି । କିନ୍ତୁ କଙ୍ଗନାଙ୍କ ବିବାଦୀୟ ଗୁଣ ପାଇଁ ତାଙ୍କ ଫିଲ୍ମ ବହୁତ ପ୍ରଭାବିତ ହୋଇଥିଲା । ଯାହାକୁ ନେଇ ଖୁସି ନାହାଁନ୍ତି ଏକତା ।