ଓଡିଶା

odisha

ସୁଶାନ୍ତଙ୍କ ଫୋନ ଇଡିକୁ ହସ୍ତାନ୍ତର କରୁନାହିଁ ମୁମ୍ବାଇ ପୋଲିସ

ସୁଶାନ୍ତଙ୍କ ଫୋନର ଯାଞ୍ଚ ପାଇଁ ମୁମ୍ବାଇ ପୋଲିସକୁ 4 ଥର ଚିଠି ଇଡି ପକ୍ଷରୁ ମିଳିସାରିଲାଣି। ହେଲେ ଏଥିରେ ମୁମ୍ବାଇ ପୋଲିସର ଏଯାବତ କୌଣସି ଜବାବ ମିଳିନାହିଁ ।

By

Published : Aug 14, 2020, 7:17 PM IST

Published : Aug 14, 2020, 7:17 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ଯାଞ୍ଚ ଜାରି ରଖିଛନ୍ତି । ଇଡି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଠୁ ନେଇ ତାଙ୍କ ଭାଇ ଶୋଭିକ ଓ ପିତା ଇଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିସାରିଛନ୍ତି । ଇତିମଧ୍ୟରେ ଇଡି ତରଫରୁ ଏକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଆଗାମୀ ଯାଞ୍ଚ ପାଇଁ ସୁଶାନ୍ତଙ୍କ ମୋବାଇଲ ଫୋନର ଆବଶ୍ୟକ ଅଛି । ହେଲେ ଏଯାବତ ମୁମ୍ବାଇ ପୋଲିସ ଇଡିରେ ସୁଶାନ୍ତଙ୍କ ମୋବାଇଲ ଫୋନ ଦେଇନାହାଁନ୍ତି। କିମ୍ବା ଏଥିରେ କୌଣସି ସହଯୋଗ ମଧ୍ୟ ମୁମ୍ବାଇ ପୋଲିସ କରୁନାହିଁ ।

ରିଆ ତାଙ୍କ ଭାଉ ଶୋଭିକ ଏବଂ ଅନ୍ୟ ବୟାନ ଆଧାରରେ ଫୋନର ଯାଞ୍ଚ ନିହାତି ଦରକାର । ଇଡି ମୁମ୍ବାଇ ପୋଲିସକୁ ଫୋନ ପାଇଁ 4ଥର ଚିଠି ମଧ୍ୟ ଲେଖିସାରିଲେଣି । ହେଲେ ମୁମ୍ବାଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ କିମ୍ବା ଫୋନ ହସ୍ତାନ୍ତର କରାଯାଇନାହିଁ ।

ପ୍ରକାଶ ଥାଉକି ଇଡି ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟନ୍ତୀ ସାହାଙ୍କୁ ମଧ୍ୟ ପଚରାଉଚରା କରିସାରିଛନ୍ତି । ସେ ସୁଶାନ୍ତଙ୍କ ଆକାଉଣ୍ଟ ଦାୟିତ୍ବ ମଧ୍ୟ କିଛି ଦିନ ତୁଲାଇଥିଲେ।

ABOUT THE AUTHOR

...view details