ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ଦ୍ୱିତୀୟ ଥର ପଚରାଉଚରା ପାଇଁ ଡକାଇଛନ୍ତି ।
ଶନିବାର ମଧ୍ୟାହ୍ନରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିବା ଶୋଭିକଙ୍କୁ ପ୍ରାୟ 18 ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।
ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଇଡି ଅଧିକାରୀମାନେ ପ୍ରାୟ 9 ଘଣ୍ଟା ଧରି ପଚରାଉଚରା କରିଥିଲେ ଏବଂ ସେହି ଦିନ ଶୋଭିକ୍ ସେଠାରେ ଉପସ୍ଥିତ ଥିଲେ ।
ଅଧିକାରୀଙ୍କ କହିବାନୁସାରେ, ରିୟା- ଶୋଭିକଙ୍କୁ ପଚରାଉଚରା କରୁଥିବା ଇଡି ଟିମକୁ ସେମାନେ ଅସନ୍ତୁଷ୍ଟ ଉତ୍ତର ଦେଇଛନ୍ତି । ଯେଉଁଥିପାଇଁ ତାଙ୍କୁ ସୋମବାର ପୁଣି ପଚରାଉଚରା କରାଯିବ। ତେଣୁ ଇଡି ଦ୍ୱିତୀୟ ଥର ପାଇଁ ଉଭୟଙ୍କୁ ଡକାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ