ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତା ସୋନୁ ସୁଦ ଓ ସଲମାନ ଖାନ ଗତ ବର୍ଷରୁ କୋରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ତେବେ ହସ୍ପିଟାଲରେ କାହାକୁ ବେଡ ଯୋଗାଇବା ହେଉ କିମ୍ବା ଖାଦ୍ୟ ପାଇଁ ବ୍ୟବସ୍ଥା କରିବା ହେଉ, ଏହି ଦୁଇ ଷ୍ଟାର୍ସ ଅଭାବୀ ଲୋକଙ୍କୁ ସହଯୋଗର ହାତ ବଢାଇଥିବାର ନଜର ଆସିଛନ୍ତି । ଇତିମଧ୍ୟରେ ବଲିଉଡର ବାମନ କଳାକାରମାନେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଥମ ଲକଡାଉନ ପରଠାରୁ ସେମାନଙ୍କ ପାଖରେ କୌଣସି କାମ ନାହିଁ।
ଏହି ମାମଲା ଉପରେ ଆଲୋଚନା କରି ଅକ୍ଷୟ କୁମାରଙ୍କ ସହ କାମ କରିସାରିଥିବା ବାମନ ଅଭିନେତା ଦୀପକ ସୋନି କହିଛନ୍ତି ଯେ ସେ ସାହାଯ୍ୟ ପାଇଁ ସମ୍ପର୍କ କରିଥିଲେ । ସେପଟେ ସୋନୁଙ୍କ ଅଫିସରୁ ମଧ୍ୟ ତାଙ୍କୁ କଲ ଆସିଥିଲା ।