ଓଡିଶା

odisha

ETV Bharat / sitara

ବିବାଦରେ ଆୟୁଷ୍ମାନ

ଆୟୁଷ୍ମାନ ଖୁରାନା ବର୍ତ୍ତମାନ ବିବାଦ ଘେରରେ ଫଶୁଥିବାର ନଜର ଆସୁଛନ୍ତି । ତାଙ୍କ ଆଗାମୀ ଫିଲ୍ମ ବାଲା ଉପରେ ସ୍କ୍ରିପ୍ଟ ଚୋରି କରିବା ଅଭିଯୋଗ ଲଗିଛି । ନିର୍ଦ୍ଦେଶକ କମଲ ଚନ୍ଦ୍ରା ବମ୍ବୋ ହାଇ କୋର୍ଟରେ ଦାୟର କରିଛନ୍ତି କେସ ।

By

Published : Mar 13, 2019, 11:58 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ବିଗତ କିଛି ଦିନ ଧରି ବଲିଉଡ଼ରେ କାହାଣୀ ଚୋରି ନେଇ ଖବର ଜୋର ଧରିଛି । ନିକଟରେ ଫିଲ୍ମ 'ଖାନଦାନୀ ସଫାଖାନା'ର ସ୍କ୍ରିପ୍ଟ ଚୋରି ନେଇ ଫିଲ୍ମ ନିର୍ମାତା ଅମିତାଭ ପରାଶ ମ୍ୟୁଜିକ କମ୍ପାନୀ ଟି-ସିରିଜ ବିରୋଧରେ ଅଭିଯୋଗ କରିଥିଲେ । ଏବେ ଆଉ ଏକ ଫିଲ୍ମର କାହାଣୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ 'ବାଲା' ସ୍କ୍ରିପ୍ଟ ଚୋରି ନେଇ ଅଭିଯୋଗ ଆସିଛି ।

ଏହି ଅଭିଯୋଗ ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ଅସିଷ୍ଟାଣ୍ଟ ରହିସାରିଥିବା କମଲ ଚନ୍ଦ୍ରା ଲଗାଇଛନ୍ତି । ନିର୍ଦ୍ଦେଶକ କମଲ ବମ୍ବେ ହାଇକୋର୍ଟରେ ଆୟୁଷ୍ମାନ, ପ୍ରଯୋଜକ ଦିନେଶ ବିଜନ ଓ ନିର୍ଦ୍ଦେଶକ ଅମର କୌଶିକଙ୍କ ଉପରେ ନିଜ ଫିଲ୍ମ 'ବିଗ'ର କାହାଣୀ ଚୋରି କରିବା କେସ ଦାୟର କରିଛନ୍ତି ।

କମଲଙ୍କ ଅନୁଯାୟୀ 'ବରେଲୀ କି ବର୍ଫୀ'ର ସୁଟିଂ ସମୟରେ ସେ ରାଇଟର୍ସ ଟିମ ସାଥିରେ ଆୟୁଷ୍ମାନଙ୍କ ସହ 'ବିଗ'ର କାହାଣୀ ସେୟାର କରିଥିଲେ । ତାଙ୍କ କାହାଣୀର ନାୟକ ଜଣେ ଲଣ୍ଡା ବ୍ୟକ୍ତି, ଯିଏ ସମାଜର ଗାଳିଗୁଲଜ ଶୁଣି ଶୁଣି ଗୋଟିଏ ବଡ କାମ କରିବାକୁ ନିଷ୍ପତ୍ତି ନେଇଛି ।

ସେହି ସମୟରେ ଆୟୁଷ୍ମାନଙ୍କୁ ଏହି କାହାଣୀ ଖୁବ୍ ପସନ୍ଦ ଆସିଥିଲା ଏବଂ ସେ ତାଙ୍କ ସହ ମିଟିଂ ମଧ୍ୟ ଫିକ୍ସ କରାଇଥିଲେ । କିନ୍ତୁ ସମୟ ଅଭାବରୁ ଦୁଇଜଣ ସାକ୍ଷାତ କରିପାରିନଥିଲେ । କମଲ ସବୁବେଳେ ଆୟୁଷ୍ମାନଙ୍କୁ ସମ୍ପର୍କ କରୁଥିଲେ କିନ୍ତୁ ତାଙ୍କ ତରଫରୁ କୌଣସି ରିପ୍ଲାଇ ସେ ପାଇନଥିଲେ ।

କିଛି ମାସ ପରେ ଆୟୁଷ୍ମାନ ଓ ଭୂମି ପେଡନେକରଙ୍କ ଫିଲ୍ମ 'ବାଲା'ର ଘୋଷଣା ହୋଇଥିଲା । ତାଙ୍କ ଅନୁଯାୟୀ 'ବାଲା'ର କାହାଣୀ 'ବିଗ'ର ଆଇଡିଆ ଉପରେ ଆଧାରିତ । ଏହାପରେ ସେ ଆୟୁଷ୍ମାନ, ଅମର, ଦୀନେଶଙ୍କ ପାଖକୁ ଲିଗଲ ନୋଟିସ୍ ପଠାଇଥିଲେ । କିନ୍ତୁ ନୋଟିସର ସଠିକ୍ ଜବାବ ନ ମିଳିବାରୁ ସେ ତିନି ଜଣଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ କେସ ଫାଇଲ କରିଛନ୍ତି ।

ଅନ୍ୟପଟେ ପ୍ରଯୋଜକ ଦୀନେଶ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି କି କମଲଙ୍କ ଷ୍ଟୋରୀ ଠାରୁ ତାଙ୍କ ଷ୍ଟୋରୀ ସମ୍ପୂର୍ଣ୍ଣ ଭିନ୍ନ । ଏହା ଉପରେ ଅଭିଯୋଗ ଲଗାଇବା ବେକାର କଥା । ପ୍ରକାଶ ଥାଉକି ଆୟୁଷ୍ମାନ ଏହି ସମୟରେ ଲକ୍ଷ୍ନୌ ଏବଂ ଏହାର ପାଖାପାଖି ଅଞ୍ଚଳରେ ଅନୁଭବ ସିହ୍ନାଙ୍କ 'ଆର୍ଟିକଲ-15'ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

For All Latest Updates

ABOUT THE AUTHOR

...view details