ଓଡିଶା

odisha

By

Published : Oct 3, 2021, 4:49 PM IST

ETV Bharat / sitara

Drugs Party case: ଅନ୍ୟ ଯାତ୍ରୀଙ୍କୁ କ୍ଷମା ମାଗି ଦୋଷ ଲୁଚାଇଲେ କ୍ରୁଜ ମାଲିକ, କହିଲେ ଲଗେଜରେ ଥିଲା ଡ୍ରଗ୍ସ

କ୍ରୁଜ ସିପ୍‌ ଡ୍ରଗ୍ସ ପାର୍ଟି ମାମଲା । ସିପ୍‌ରେ କିଛି ଯାତ୍ରୀଙ୍କ ଲଗେଜରୁ ଡ୍ରଗ୍ସ ବାହାରିଥିବା ନେଇ କହିଲେ ସିପ୍‌ ସଭାପତି ଜର୍ଗନ ବେଲମ । ଅଧିକ ପଢନ୍ତୁ...

ମୁମ୍ବାଇ:କ୍ରୁଜ ସିପ୍‌ ଡ୍ରଗ୍ସ ମାମଲା । ଆସିଲା କର୍ଡେଲିୟା କ୍ରୁଜ ସିପ୍‌ର ସଭାପତି ତଥା ସିଇଓ ଜର୍ଗନ ବେଲମଙ୍କ ପ୍ରତିକ୍ରିୟା । ସିପ୍‌ରେ ଥିବା କିଛି ଯାତ୍ରୀଙ୍କ ଲଗେଜରୁ NCB ଏହି ଡ୍ରଗ୍ସ ଜବତ କରାଯାଇଥିଲା ବୋଲି ସେ କହିଛନ୍ତି । ଏହାପରେ ସଙ୍ଗେ ସଙ୍ଗେ ଏହି ନିଶାଦ୍ରବ୍ୟକୁ ସିପ୍‌ ଭିତରୁ ଅନଲୋଡ କରାଯାଇଥିଲା ।

ଏହି ଡ୍ରଗ୍ସ ବାହାରିବା କାରଣରୁ ସିପ୍‌ଟି ବିଳମ୍ବରେ ଯାତ୍ରା କରିଥିଲା । ଏଥିଲାଗି ସେଥିରେ ଥିବା ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଜର୍ଗନ । ଯାତ୍ରୀମାନେ ସଠିକ ସମୟରେ ଷ୍ଟେଜ ଶୋ', ସ୍ବାଦିଷ୍ଟ ଭୋଜନ, ଗର୍ବା ଡ୍ୟାନ୍ସ ଆଦିକୁ ଉପଭୋଗ କରିବାରେ ବିଳମ୍ବ ଘଟିଥିଲା ବୋଲି ସେ କହିଛନ୍ତି । ଏନସିବି ବିଶେଷ ସୂତ୍ରରୁ ଖବର ପାଇବା ପରେ ମୁମ୍ବାଇରୁ ଗୋଆ ଯାଉଥିବା ଏହି ଲକ୍ସରୀ ସିପ୍‌ ଉପରେ ଯାତ୍ରୀ ଭାବେ ଛଦ୍ମବେଶରେ ସିପ ଉପରେ ଚଢାଉ କରିଥିଲା । ଏହାପରେ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ୨ ଜଣ ମହିଳା ଓ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟାନ ଖାନ ମଧ୍ୟ ରହିଛନ୍ତି ।

୩ ଦିନ ଧରି ଚାଲିଥାନ୍ତା ପାର୍ଟି:-

ଏହି ସିପ୍‌ଟି ଶନିବାର ଅପରାହ୍ନରେ ଗୋଆ ଅଭିମୁଖେ ବାହାରିଥିଲା । ଏଥିରେ ଲଗାତାର ୩ଦିନ ଧରି ପାର୍ଟି ହେବାର ଯୋଜନା ରହିଥିଲା । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖରେ ପୁଣି ମୁମ୍ବାଇ ଫେରିଥାନ୍ତା ସିପ୍‌ । ଏହି ସିପ୍‌ରେ ୬୦୦ ହାଇପ୍ରୋଫାଇଲ ଲୋକ ରହିଥିବା ବେଳେ ପ୍ରାୟ ୨୦୦୦ ଯାତ୍ରୀ ରହିଥିଲେ ।

ଏହି କମ୍ପାନୀ କରିଥିଲା ପାର୍ଟି ଆୟୋଜନ:-

ସମୁଦ୍ର ମଝିରେ ସିପ୍‌ରେ ପାର୍ଟି ହେବା ପାଇଁ ଯୋଜନା ରହିଥିବା ବେଳେ ଏଥିଲାଗି ୬୦ ହଜାରଠାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେବାକୁ ପଡିଥିଲା । ଦିଲ୍ଲୀର Namascray Experience ଓ ଫ୍ୟାସନ ଟିଭି ଇଣ୍ଡିଆ ଏହାକୁ ଆୟୋଜିତ କରିଥିଲା ।

କେତେ ପରିମାଣର ଡ୍ରଗ୍ସ ହେଲା ଜବତ ?

ଏହି ଯାଞ୍ଚ ସମୟରେ ବିପୁଳ ପରିମାଣର ଡ୍ରଗ୍ସକୁ ଜବତ କରାଯାଇଛି । ଏଥିରେ କୋକିନ ୨୦ ଗ୍ରାମ ଜବତ ହୋଇଥିବା ବେଳେ ଏମଡି ଓ MDMA ୧୦ ଗ୍ରାମ, ୩୦ ଗ୍ରାମ ଚରସ ଭଳି ଡ୍ରଗ୍ସକୁ ଜବତ କରିଛି । ଏନସିବି ମାମଲା ରୁଜୁ କରି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details