ଓଡିଶା

odisha

ETV Bharat / sitara

ବଲିଉଡରେ ଡ୍ରଗ୍ସ ଲିଙ୍କ୍: ସାରା ଅଲ୍ଲିଖାନ୍,ରକୁଲ ପ୍ରୀତଙ୍କ ନାଁ ନେଲେ ରିଆ - Drugs case

ଭିନ୍ନ ମୋଡରେ ପହଁଞ୍ଚିଛି ଦିବଙ୍ଗତ ଅଭିନେତା ସୁଶାନ୍ତି ସିଂ ରାଜପୁତଙ୍କ ମର୍ଡର ମିଷ୍ଟ୍ରି। ଏହି ଘଟଣାରେ ହତ୍ୟା ଆଙ୍ଗେଲ ଅପେକ୍ଷା ଡ୍ରଗ୍ସ ଲିଙ୍କକୁ ନେଇ ଖୁବ୍ ତନାଘନା ଚାଲିଛି। ରିଆ ଚକ୍ରବର୍ତ୍ତୀ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଆଗରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଏବଂ ରକୁଲ ପ୍ରୀତ, ଡିଜାଇନର୍ ସିମୋନ୍ ଖମ୍ବଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଆୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରାଙ୍କ ନାମ ପ୍ରକାଶ କରିଛନ୍ତି।

ବଲିଉଡରେ ଡ୍ରଗ୍ସ ଲିଙ୍କ୍, ସାରା ଅଲ୍ଲିଖାନ୍, ରାକୁଲ ପ୍ରୀତଙ୍କ ନାଁ ନେଲେ ରିୟା
ବଲିଉଡରେ ଡ୍ରଗ୍ସ ଲିଙ୍କ୍, ସାରା ଅଲ୍ଲିଖାନ୍, ରାକୁଲ ପ୍ରୀତଙ୍କ ନାଁ ନେଲେ ରିୟା

By

Published : Sep 12, 2020, 8:43 AM IST

ମୁମ୍ୱାଇ: ଭିନ୍ନ ମୋଡରେ ପହଁଞ୍ଚିଛି ଦିବଙ୍ଗତ ଅଭିନେତା ସୁଶାନ୍ତି ସିଂ ରାଜପୁତଙ୍କ ମର୍ଡର ମିଷ୍ଟ୍ରି। ଏହି ଘଟଣାରେ ହତ୍ୟା ଆଙ୍ଗେଲ ଅପେକ୍ଷା ଡ୍ରଗ୍ସ ଲିଙ୍କକୁ ନେଇ ଖୁବ୍ ତନାଘନା ଚାଲିଛି। ତେବେ ଅଭିନେତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ହ୍ବାଟସାପ୍ ଚାଟ୍ ତାଙ୍କୁ ଏହି ଲିଙ୍କରେ ଫସେଇ ଦେବା ସହ ସମସ୍ତ ତଥ୍ୟକୁ ଧୀରେ ଧୀରେ ପଦାକୁ ଆଣୁଛି।

ତେବେ ରିଆଙ୍କ ଡିଲିଟ ହୋଇଥିବା ଚାଟରୁ ଡ୍ରଗ୍ ଆଙ୍ଗଲ୍ ଉତ୍ପନ୍ନ ହେବା ସହିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏକ ଦୁଃଖଦ ମୋଡ଼ ନେଇଛି। ଏହାର ତଦନ୍ତ କରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ରିଆ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘର ମ୍ୟାନେଜର ଦୀପେଶ ସାୱନ୍ତ ଏବଂ କିଛି ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି।

ଡ୍ରଗ୍ ସମ୍ବନ୍ଧୀୟ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ବଲିଉଡରେ ଏହାର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ସେ ବିଷୟରେ ରିଆଙ୍କୁ ପଚରା ଉଚରା କରୁଛି ତଦନ୍ତକାରୀ ସଂସ୍ଥା। ରିଆ ଚକ୍ରବର୍ତ୍ତୀ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଆଗରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଏବଂ ରକୁଲ ପ୍ରୀତ, ଡିଜାଇନର୍ ସିମୋନ୍ ଖମ୍ବଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଆୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରାଙ୍କ ନାମ ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ସୂତ୍ରରୁ ପ୍ରକାଶ ଯେ ଏନସିବି ସହିତ ପଚରାଉଚରା ବେଳେ ରିୟା ବଲିଉଡ ସେଲିବ୍ରିଟିଙ୍କ କିଛି ନାମ ପ୍ରକାଶ କରିଥିଲେ ଯେଉଁମାନେ ଡ୍ରଗ୍ସ ନେଉଛନ୍ତି ଏବଂ କ୍ରୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା 15 ଟି ବି-ଟାଉନର୍ସ ଏନସିବି ରାଡାରରେ ଅଛନ୍ତି, ଏବଂ ଏହା ଜାଣିବାକୁ ପାଇଛି ଯେ ସେମାନେ ବି-ବର୍ଗର ଅଭିନେତା ଅଟନ୍ତି ।

ABOUT THE AUTHOR

...view details