ମୁମ୍ବାଇ: କରୋନା ମହାମାରୀ ବଲିଉଡ ଜଗତରେ ଏହାର କାୟା ବିସ୍ତାର କରିଚାଲିଛି । ଜଣଙ୍କ ପରେ ଜଣେ ବଲିଉଡ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ତାଲିକାରେ ବର୍ତ୍ତମାନ ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ନାଁ ଯୋଡି ହୋଇଛି। ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍ ଏବଂ ପୁଅ ନିଭାନ୍ ନିଗମ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୋନୁ ନିଗମ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଗାୟକ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜକୁ କରୋନା ପଜିଟିଭ୍ ବୋଲି ସୂଚନା ଦେବାବେଳେ ଲୋକଙ୍କୁ ନିଜର ଯତ୍ନ ନେବାକୁ କହିଛନ୍ତି । ଭିଡିଓ ସେୟାର କରି ସୋନୁ ଆହୁରି ମଧ୍ୟ କରିଛନ୍ତି, ‘ଆପଣ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା । ମୁଁ କୋଭିଡ୍ ପଜିଟିଭ୍ । ଅନେକ ଲୋକ ଏହା ଜାଣନ୍ତି ଏବଂ ଅନେକେ ଜାଣନ୍ତି ନାହିଁ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମୁଁ କୋଭିଡ ପଜିଟିଭ୍ ବୋଲି ଅନୁଭବ କରେ ନାହିଁ । ମୁଁ ଦୁବାଇରେ ଅଛି । ଓଡିଶାର ଭୁବନେଶ୍ୱରରେ ସୁପର ସିଙ୍ଗର ସିଜନ ୩ ସୁଟିଂ ଥିଲା । ହେଲେ ମୋର ରିପୋର୍ଟ ପଜିଟିଭ୍ ଆସିଛି ।