ଓଡିଶା

odisha

By

Published : Oct 28, 2020, 8:33 AM IST

ETV Bharat / sitara

‘ଖାରଜ ନହେଉ ସୁଶାନ୍ତଙ୍କ ଭଉଣୀଙ୍କ ନାଁରେ FIR’

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବମ୍ବେ ହାଇକୋର୍ଟରେ ଆଉ ଏକ ଆବେଦନ । ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ଏଫଆଇଆର ଖାରଜ ନ କରିବାକୁ ରିୟାଙ୍କ ଆବେଦନ। ଅଧିକ ପଢନ୍ତୁ...

ବମ୍ବେ ହାଇକୋର୍ଟରେ ରିୟା ଚକ୍ରବର୍ତ୍ତୀ ଆଉ ଏକ ଆବେଦନ
ବମ୍ବେ ହାଇକୋର୍ଟରେ ରିୟା ଚକ୍ରବର୍ତ୍ତୀ ଆଉ ଏକ ଆବେଦନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ବମ୍ବେ ହାଇକୋର୍ଟରେ ନୂତନ ଆବେଦନ କଲେ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ଉପରେ ଚାଲିଥିବା ମାମଲାକୁ ଖାରଜ ନ କରିବାକୁ ରିୟା ଆବେଦନ କରିଛନ୍ତି ।

2020 ସେପ୍ଟେମ୍ବର 7ରେ ରିୟା ଚକ୍ରବର୍ତ୍ତୀ ପୋଲିସ ନିକଟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମିତୁ ସିଂଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲା ଅନୁସାରେ, ଏହି ଦୁଇ ଜଣ ସୁଶାନ୍ତଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଭୁଲ ମେଡିସିନ ଖାଇବାକୁ ପ୍ରୋତ୍ସାହିତ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ସୁଶାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ସହ ଶେଷରେ ସେ ଆତ୍ମହତ୍ୟା କରିଥିଲେ । ଏହି ଏଫଆଇଆର ବାନ୍ଦ୍ରା ପୋଲିସ ଷ୍ଟେସନର ରୁଜୁ ହୋଇଥିବାବେଳେ ସିବିଆଇ ମାମଲାର ତଦନ୍ତ କରୁଛି ।

ସେପଟେ ଏହି ମାମଲାକୁ ନେଇ ପ୍ରିୟଙ୍କା ଓ ମିତୁ ଖାରଜ କରିବାକୁ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ସିବିଆଇକୁ ମଧ୍ୟ ସେମାନଙ୍କ ବିରୋଧରେ କୌଣସି ଶକ୍ତ କାର୍ଯ୍ୟାନୁଷ୍ଠାନ ନ ଉଠାଇବାକୁ କହିଛନ୍ତି । ତେବେ ରିୟା ଏବେ ଏହି ଆବେଦନକୁ ଚ୍ୟାଲେଞ୍ଜ କରି ଏବେ ଏହାକୁ ଖାରଜ ନ କରିବାକୁ ଦାବି କରିଛନ୍ତି ।

ABOUT THE AUTHOR

...view details