ମୁମ୍ବାଇ: ଟି-ସିରିଜ ମାଲିକ ଭୂଷଣ କୁମାର ଓ ଫେମସ ଗାୟକ ସୋନୁ ନିଗମଙ୍କ ବିବାଦ ଥମିବାର ନାଁ ନେଉନାହିଁ । ପୁଣିଥରେ ଭୂଷଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋସଲା, ସୋନୁଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୋନୁଙ୍କୁ ସେହି ଅଭିଯୋଗର ଜବାବ ଦେଇଛନ୍ତି, ଯାହା କିଛି ଦିନ ପୂର୍ବରୁ ସେ ଭୂଷଣଙ୍କ ଉପରେ ଲଗାଇଥିଲେ ।
ପୁଣି ସୋନୁଙ୍କ ଉପରେ ରାଗିଲେ ଭୂଷଣଙ୍କ ପତ୍ନୀ, ଆଣିଲେ ଏହି ଅଭିଯୋଗ
ସୋସିଆଲ ମିଡିଆରେ ଘୋରି ବୁଲୁଛି ଦିବ୍ୟାଙ୍କ ନୂଆ ଭିଡିଓ । ଏଥର ସେ ସୋନୁଙ୍କ ବିଷୟରେ ଅନେକ କଥା ଖୁଲାସା କରି ଚର୍ଚ୍ଚାରେ ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଦିବ୍ୟା କହିଛନ୍ତି, ‘ତାଙ୍କୁ ଦୁଷ୍କର୍ମ ଧମକ ବର୍ତ୍ତମାନ ମିଳିବାରେ ଲାଗିଛି । ଗୁଲଶନ କୁମାରଙ୍କ ଦେହାନ୍ତ ପରେ ଭୂଷଣ, ସୋନୁଙ୍କୁ ସାହାଯ୍ୟ ମାଗିଥିଲେ । ସେହି ସମୟରେ ଭୂଷଣ ମାତ୍ର 18ବର୍ଷର ଥିଲେ । ହେଲେ ସୋନୁ ସାହାଯ୍ୟ କରିବା ପରିବର୍ତ୍ତେ ଅନ୍ୟ କୌଣସି କମ୍ପାନୀ ସହ ଟାଇ-ଅପ କରିନେଇଥିଲେ । ସୋନୁ ନିଜ ବ୍ୟତୀତ ଅନ୍ୟ କୌଣସି ଗାୟକ-ଗାୟିକାଙ୍କୁ ସୁଯୋଗ ଦେଇନାହାଁନ୍ତି । ହେଲେ ଆଜି ଟି-ସିରିଜରେ କାମ କରୁଥିବା 97 ପ୍ରତିଶତ ଲୋକ ବାହାରୁ ଆସିଛନ୍ତି । ସୋନୁ ଦିଲ୍ଲୀର ରାମଲିଲାରେ ମାତ୍ର 5 ଟଙ୍କାରେ ଗୀତ ଗାଉଥିଲେ । ସେହିଠାରେ ତାଙ୍କ ଦକ୍ଷତାଙ୍କୁ ଚିହ୍ନିଥିଲେ ଗୁଲଶନ । ଆଉ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଗୁଲଶନଙ୍କ ହତ୍ୟା ପରେ ସୋନୁ ଅନ୍ୟ କମ୍ପାନୀ ସହ ମିଶି କାମ ଆରମ୍ଭ କରିଥିଲେ ।
ଏହି ପରି ଅନେକ ଅଭିଯୋଗ ସୋନୁଙ୍କ ଉପରେ ଲଗାଇଛନ୍ତି ଦିବ୍ୟା । ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ବୟାନ ଦେଇ ସୋନୁ ନିଗମ ଭୂଷଣଙ୍କୁ ଧମକ ଦେଇଥିଲେ ।