ଓଡିଶା

odisha

By

Published : Dec 2, 2020, 7:28 AM IST

ETV Bharat / sitara

ଜନ୍‌ ଜଣେ ଭଲ କୋ-ଷ୍ଟାର: ଦିବ୍ୟା

ପ୍ରଥମଥର ଜନଙ୍କ ସହ ସ୍କ୍ରିନ ସେୟାର କରିବେ ଦିବ୍ୟା । ଫିଲ୍ମ ‘ସତ୍ୟମେବ ଜୟତେ 2’ରେ ଏକାଠି ନଜର ଆସିବେ ଏହି ଯୋଡି । ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ମିଲାପ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଖୋସଲା କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଖୋସଲା କୁମାର

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଥିବା ସୁନ୍ଦରୀ ଅଭିନେତ୍ରୀ ତଥା ନିର୍ମାତା ଭୂଷଣ କୁମାରଙ୍କ ପତ୍ନୀ ଦିବ୍ୟା ଖୋସଲା କୁମାରଙ୍କ ନିକଟରେ ରିଲିଜ ହୋଇଥିଲା ‘ବେସରମ ବେୱାଫା’ ମ୍ୟୁଜିକ ଭିଡିଓ । ଟିଭି ଆକ୍ଟର ଗୌତମ ଗୁଲାଠିଙ୍କ ସହ ଆସିଥିଲେ ନଜର । ଏହାବ୍ୟତୀତ ସେ ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମଙ୍କ ସହ ବହୁ ଚର୍ଚ୍ଚିତ ଫିଲ୍ମ ‘ସତ୍ୟମେବ ଜୟତେ 2’ରେ ଦେଖାଯିବେ । ଦୀର୍ଘ ସମୟରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା । ଇତିମଧ୍ୟରେ ଫିଲ୍ମରେ ସାମିଲ ହେବା ଖୁସି ପ୍ରକାଶ କରିଛନ୍ତି ସେ ।

ସେ ଏକ ସାକ୍ଷାତକାରରେ ଜଣାଇଛନ୍ତି, ‘ଜନଙ୍କ ସହ ସତ୍ୟମେବ ଜୟତେ 2ର ଅଂଶ ହୋଇ ମୁଁ ଖୁସି ଅନୁଭବ କରୁଛି । ସେ ଜଣେ ଭଲ ଷ୍ଟାର । ମୁଁ ତାଙ୍କ ସହିତ ଖୁସି ଏବଂ ସୁନ୍ଦର ସମ୍ପର୍କ ବାଣ୍ଟିଛି ଏବଂ ସେ ପ୍ରକୃତରେ ସହ-ଅଭିନେତା ରୂପେ ଭଲ । ମୁଁ ଆଶା କରୁଛି ଯେ ଫିଲ୍ମରେ ଆମର କେମେଷ୍ଟ୍ରିକୁ ପସନ୍ଦ କରିବେ ଦର୍ଶକ ।’

ମିଲାପ ଜାଭେରୀ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହେଉଥିବା ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ, ଅମିରା ଦସ୍ତୁର ଏବଂ ନୋରା ଫତେହି ଅଭିନୟ କରୁଥିବାର ନଜର ଆସିବେ । ଆସନ୍ତା ବର୍ଷ ମେ 12ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

@IANS

ABOUT THE AUTHOR

...view details