ହାଇଦ୍ରାବାଦ: ଦିଶା ପଟ୍ଟାନି ଓ ଟାଇଗରଙ୍କ ପ୍ରେମ କାହାଣୀ କେବେଠୁ ଶୁଣିବାକୁ ମିଳୁଛି । ମାତ୍ର ଏହାକୁ ନେଇ ଦୁହେଁ କେବେ ମୁହଁ ଖୋଲିନାହାଁନ୍ତି । ଏପରିକି ସେମାନଙ୍କୁ ଅନେକ ଲଞ୍ଚ ଓ ଡିନର ଡେଟରେ ମଧ୍ୟ ଦେଖିବାକୁ ମିଳିଛି । ତେବେ କେହି ବି ଏନେଇ ମୁହଁ ଖୋଲୁନଥିବା ବେଳେ ଶେଷରେ ଦିଶା ଟାଇଗରଙ୍କ ସହ ଥିବା ରିଲେସନ ବିଷୟରେ କହିଛନ୍ତି ।
ଟାଇଗରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦିଶା - tiger shrroff
ପ୍ରଥମ ଥର ପାଇଁ ଟାଇଗରଙ୍କ ସହ ଥିବା ରିଲେସନକୁ ନେଇ ମୁହଁ ଖୋଲିଛନ୍ତି ଦିଶା । ଟ୍ବିଟର ୟୁଜରଙ୍କ କମେଣ୍ଟରେ ଉତ୍ତର ଦେଇଛନ୍ତି ଦିଶା ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/dishapatani
ଦିଶା ଏବେ ‘ଭାରତ’ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଟାଇଗର ଓ ତାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିଲା ତେବେ ଏନେଇ ଜଣେ ଟ୍ବିଟର ୟୁଜର ଟାଇଗରଙ୍କ ସହ ଥିବା ପ୍ରେମ ସମ୍ପର୍କକୁ ଦିଶା ମାନିଯାଆନ୍ତୁ ବୋଲି କହିଥିଲେ । ଏହାର ଉତ୍ତରରେ ଦିଶା ଟାଇଗରଙ୍କୁ ପସନ୍ଦ କରନ୍ତି ଓ ଟାଇଗରଙ୍କୁ ଇମ୍ପ୍ରେସ କରିବାକୁ ଚାହାଁନ୍ତି ବୋଲି ସେ କହିଥିଲେ ।
ତେବେ ଟାଇଗର ଓ ଦିଶା ପରସ୍ପର ପ୍ରତି ନିଜ ଭାବନା ଲାଜ କାରଣରୁ ପ୍ରକାଶ କରିପାରିନାହାଁନ୍ତି ବୋଲି କହିଛନ୍ତି ଏମଏସ ଧୋନୀ ଗାର୍ଲ ଦିଶା ପଟ୍ଟାନି ।