ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ’ ନିକଟରେ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁର। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଏବେ ସେ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଯାହା ଶୁଣି ଖୁସି ହୋଇଯିବେ ତାଙ୍କ ଫ୍ୟାନ୍ସ। ଆଜ୍ଞା ହଁ, ଦିଶା ଆକ୍ସନ ଫିଲ୍ମ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ‘ଏକ ଭିଲେନ’ ଫିଲ୍ମର ସିକ୍ବେଲରେ ଅଭିନୟ କରିବାକୁ ଯାଉଛନ୍ତି।
ସେ ପୁଣିଥରେ ଆଦିତ୍ୟଙ୍କ ସହ ଏହି ଫିଲ୍ମରେ ଦେଖାଯିବେ। ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଫିଲ୍ମରେ ହ୍ୟାଣ୍ଡସମ ହଙ୍କ ଜନ ଅବ୍ରାହମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ‘ମଲଙ୍ଗ’ ନିର୍ଦ୍ଦେଶକ ମୋହିତ ସୁରୀ।