ହାଇଦ୍ରାବାଦ: ଦୀର୍ଘ ସମୟ ପରେ ପୁଣିଥରେ ଏକାଠି ନଜର ଆସିଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଦିଶା ପଟାନୀ ।
ବାସ୍ତବରେ ଏହି କପଲଙ୍କୁ ଆଜି (ରବିବାର ସକାଳେ) ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଦୁହେଁ ଛୁଟିରେ ମାଳଦ୍ବୀପ ଯାଇଛନ୍ତି ।
ମହାରାଷ୍ଟ୍ରରେ ଲାଗୁ କର୍ଫ୍ୟୁ ମଧ୍ୟରେ ଅନେକ ତାରକା ଛୁଟିରେ ବାହାରକୁ ଯାଇଛନ୍ତି ।
ବଏଫ୍ରେଣ୍ତଙ୍କ ସହ ମାଳଦ୍ବୀପ ଟ୍ରିପରେ ଦିଶା ମାଳଦ୍ବୀପରେ ପହଞ୍ଚିବା ପରେ ଦିଶା ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି ।
ଟାଇଗର ଏବଂ ଦିଶା ଏକାଠି ନଜର ଆସିବା ଏହା ପ୍ରଥମଥର ନୁହେଁ । ଏହାପୂର୍ବରୁ ଏହି କପଲ ଅନେକ ଥର ଏକାଠି ନଜର ଆସିଛନ୍ତି ଏବଂ ଦୁହେଁ ଅନେକ ଥର ଛୁଟିରେ ମଧ୍ୟ ଯାଇଛନ୍ତି । କିନ୍ତୁ ଟାଇଗର ଏବଂ ଦିଶା ସେମାନଙ୍କ ରିଲେସନସିପ ବିଷୟରେ କଦାପି କେବେ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି । ସୋସିଆଲ ମିଡିଆରେ ଉଭୟେ ପରସ୍ପରର ପୋଷ୍ଟରେ ମଜାଦାର କମେଣ୍ଟ କରୁଥିବାର ନଜର ଆସିଥାନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଦିଶା ଫିଲ୍ମ ରାଧେରେ ନଜର ଆସିବେ । ଅପରପକ୍ଷେ ଟାଇଗରଙ୍କୁ ଫିଲ୍ମ ଗଣପଥରେ ଦେଖିବାକୁ ମିଳିବ ।