ଓଡିଶା

odisha

ETV Bharat / sitara

ଦିଶାଙ୍କ ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ରାହୁଲ ବୈଦ୍ୟ - disha-patani-share-throwback-photo

ନିକଟରେ ଅଭିନେତ୍ରୀ ନିଜର ପୁରୁଣା ଦିନଗୁଡ଼ିକୁ ମନେପକାଇ ସୋସିଆଲ ମିଡିଆରେ କିଛି ପୁରୁଣା ଫଟୋ ସେୟାର କରିଛନ୍ତି । କିନ୍ତୁ ଏହି ପୋଷ୍ଟ ଗୁଡିକକୁ ବହୁ ଫ୍ୟାନ୍ସଙ୍କ ସହ ବିଗବସ୍ ର ପୂର୍ବତନ ପ୍ରତିଯୋଗୀ ରାହୁଲ ବୈଦ୍ୟ ମଧ୍ୟ କମେଣ୍ଟବକ୍ସରେ ମନ୍ତବ୍ୟ ଦେଇଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧିକ ପଢନ୍ତୁ...

disha-patani-share-throwback-photo-and-rahul-vaidya-do-comment-on-photo
ଦିଶାଙ୍କ ଫଟୋରେ କମେଣ୍ଟ କରି ଚର୍ଚ୍ଚାରେ ରାହୁଲ ବୈଦ୍ୟ

By

Published : Apr 15, 2021, 10:53 PM IST

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଦିଶା ପଟାନି କିଛି ବର୍ଷ ପୂର୍ବରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ ନାଁ ଅର୍ଜନ କରିଛନ୍ତି, ଯାହାକୁ ଦେଖି ଅନେକ ତାରକା ତାଙ୍କୁ ପ୍ରଶଂସା କରନ୍ତି ।

ନିକଟରେ ଅଭିନେତ୍ରୀ ନିଜର ପୁରୁଣା ଦିନଗୁଡ଼ିକୁ ମନେପକାଇ ସୋସିଆଲ ମିଡିଆରେ କିଛି ପୁରୁଣା ଫଟୋ ସେୟାର କରିଛନ୍ତି ।

ଫଟୋ ଦେଖିବା ପରେ ଲାଗୁଛି ଯେ ଏହି ସମସ୍ତ ଫଟୋ ତାଙ୍କ ମଡେଲିଂ ସମୟର ଅଟେ । କିନ୍ତୁ ଏହି ପୋଷ୍ଟଗୁଡିକକୁ ବହୁ ଫ୍ୟାନ୍ସଙ୍କ ସହ ବିଗବସ୍ ର ପୂର୍ବତନ ପ୍ରତିଯୋଗୀ ରାହୁଲ ବୈଦ୍ୟ ମଧ୍ୟ କମେଣ୍ଟବକ୍ସରେ ମନ୍ତବ୍ୟ ଦେଇଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଦିଶାଙ୍କ ଫଟୋରେ ରାହୁଲ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ଟ୍ୟାଗ କରି ଲେଖିଛନ୍ତି, "ଦିଶାଙ୍କ ନାମରେ କିଛି ଖାସ ଅଛି" ।

ଏହି ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ ସେ ତାଙ୍କ ଗାର୍ଲଫ୍ରେଣ୍ଡକୁ ପ୍ରଶଂସା କରୁଛନ୍ତି ଏବଂ ସେ ତାଙ୍କୁ ତାଙ୍କ ଜୀବନର ସ୍ପେଶାଲ ବୋଲି ବିବେଚନା କରିଛନ୍ତି ।

ଦିଶାଙ୍କ ଏହି ଫଟୋକୁ ଏପର୍ଯ୍ୟନ୍ତ 20 ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଦିଶା ସଲମାନ ଖାନଙ୍କ ଫିଲ୍ମ ରାଧେରେ ନଜର ଆସିବେ ।

ABOUT THE AUTHOR

...view details