ମୁମ୍ବାଇ: ଭାଲେଣ୍ଟାଇନ ଡେ’କୁ ନେଇ ଆଜି ସବୁ ମହଲରେ ସେଲିବ୍ରେଶନ ଦେଖିବାକୁ ମିଳୁଛି। ଏହି ଖାସ ଦିନରେ ନିଜ ନିଜ ପାର୍ଟନର ସ୍ପେଶାଲ ଫିଲ କରାଇବା ପାଇଁ ଗିଫ୍ଟ ମଧ୍ୟ ଦିଆଯାଏ । ପାର୍ଟନରକୁ ସରପ୍ରାଇଜ ଦେବା ସହ ସମୟ ମଧ୍ୟ ବିତାଇବାରେ ବ୍ୟସ୍ତ ପ୍ରେମୀଯୁଗଳ । ପ୍ରାୟତଃ କୁହାଯାଇଥାଏ ଯେ ଭାଲେଣ୍ଟାଇନ ଡେ’ ସବୁ କପଲଙ୍କ ପାଇଁ ଶାନଦାର ଦିନ ହୋଇଥାଏ। ବଲିଉଡରେ ମଧ୍ୟ ଏହି ଦିନର କ୍ରେଜ ଷ୍ଟାର୍ସଙ୍କ ମଧ୍ୟରେ ଦେଖିବାକୁ ମିଳୁଛି।
ଇତିମଧ୍ୟରେ ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଦିଶା ପଟାନୀ ସମସ୍ତଙ୍କୁ ଭାଲେଣ୍ଟାଇନ ୱିଶ କରିଛନ୍ତି। ଖାଲି ଏତିକି ନୁହେଁ ସେ ଏକ ଫଟୋ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି ସେ କାହା ସହ ଭାଲେଣ୍ଟାଇନ ଡେ’ ସେଲିବ୍ରେଶନ କରୁଛନ୍ତି।