ହାଇଦ୍ରାବାଦ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତଜ୍ଞ ବାପି ଲାହିରି । ଏକମାତ୍ର ପୁଅ ବପ୍ପା ଲାହିରି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନ ଘାଟରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ବାପି ଦାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ତଥା ବହୁ ବଲିଉଡ ସେଲିବ୍ରିଟି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଶେଷ ବିଦାୟ ନେଇ ପରପାରିକୁ ଚାଲିଯାଇଥିବା ବେଳେ ପୂରା ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି କରିଯାଇଛନ୍ତି । ବାପି ଲାହିରିଙ୍କ ଦେହାନ୍ତରେ ସଂଗୀତ ଜଗତକୁ ହୋଇଥିବା କ୍ଷତି କେବେ ପୂରଣ ହୋଇପାରିବ ନାହିଁ | କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ବାପି ଲାହିରି ଚିର ଦିନ ପାଇଁ ଅମର ରହିବେ ।
ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହା ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲେହରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ମଙ୍ଗଳବାର ରାତି ୧୧ଟା ୪୫ରେ ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ଡାକ୍ତରଙ୍କ କହିବାନୁସାରେ, ବାପି ଦାଙ୍କ ଦେହାନ୍ତ ଏକାଧିକ ଶାରୀରିକ ସମସ୍ୟା ସହିତ Obstructive Sleep Apnea (QSA) ହେତୁ ଘଟିଛି ।
ବଲିଉଡରେ ‘ଡିସ୍କୋ କିଙ୍ଗ’ ଭାବେ ପରିଚିତ ଥିଲେ ବାପି ଲାହିରି । ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’। ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ଡାଟି ପିକଚର ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି । ମୁଖ୍ୟତଃ ଅଶି ଓ ନବେ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’ ।