ଓଡିଶା

odisha

ETV Bharat / sitara

ବଲିଉଡ ଶକ୍ତି ବିଷୟରେ ଜଣାଇଲେ ନିର୍ମାତା ସୁଭାଷ

ନିଜ ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ନିର୍ଦ୍ଦେଶକ ସୁଭାଷ ଘାଇ। ବଲିଉଡ ଶକ୍ତି ଉପରେ ଜନସାଧାରଣଙ୍କୁ ବାଣ୍ଟିଲେ ଜ୍ଞାନ।

subhash ghai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଭାଷ ଘାଇ

By

Published : Apr 18, 2020, 12:24 PM IST

ମୁମ୍ବାଇ: ବିଶ୍ବରେ କୋରୋନା ପ୍ରକୋପ। ଏମିତି ପରିସ୍ଥିତିରେ ସମସ୍ତେ କୋରୋନା ଲଢେଇରେ ଯୋଗଦାନ କରୁଛନ୍ତି। ପ୍ରାୟ ସମସ୍ତେ ନିଜ ନିଜ ଘରେ ରହି ସରକାରଙ୍କ ଲକଡାଉନ ନିୟମ ପାଳନ କରିବାରେ ବ୍ୟସ୍ତ। ସେହିପରି କିଛି ସେଲିବ୍ରିଟି ଦିନ ମଜୁରିଆଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇଛନ୍ତି । ଇତିମଧ୍ୟରେ ବଲିଉଡ ଓ କୋରୋନାକୁ ନେଇ ବିଶିଷ୍ଟ ନିର୍ଦ୍ଦେଶକ ସୁଭାଷ ଘାଇ ଏକ ଖାସ୍ ସାକ୍ଷାତକାର ଦେଇଛନ୍ତି।

ସେ କହିଛନ୍ତି ଯେ ଆଜି ଜୀବନ ସିନେମା ବ୍ୟାପକ ହୋଇଯାଇଛି । ଯେପରି ‘ଜୀନ୍ଦେଗୀ ହର କଦମ ଏକ ନଇ ଜଙ୍ଗ ହେ, ଜିତ ଜାଏଙ୍ଗେ ହାମ ଜୋ ତୁ ସଙ୍ଗ ହେ।’ ଏହିପରି ଗୀତ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଆଜି ଆମେ ମୋବାଇଲରେ ସବୁ ଇଣ୍ଟରଟେମେଣ୍ଟ ଦେଖିପାରିବା । ଆମେ ଦୁନିଆର ପେଟିଂସ, ନଈ, ସମୁଦ୍ର, ସହର, ଶୋ, ଡ୍ରାମା, ଫିଲ୍ମ ଓ ୱେବ ସିରିଜ ସବୁକିଛି ଆମେ ମୋବାଇଲେ ଦେଖିପାରିବା।

ବଲିଉଡ ଯାହାକୁ ଆପଣ ହିନ୍ଦୀ ସିନେମା ମଧ୍ୟ କହୁଛନ୍ତି, ଏହା ପାଖରେ ଆଜି ଶକ୍ତି କଣ ଅଛି । ଯଦି ପୁରା ବଲିଉଡ ବିଷୟରେ କଥା ହେବା ତେବେ 20-25 ହଜାର କୋଟିରୁ ଅଧିକା ନୁହେଁ । ଅନ୍ୟ ଇଣ୍ଡଷ୍ଟ୍ରି ଏହାଠୁ କେତେ ବଡ। ହେଲେ ବଲିଉଡରେ ଏମିତି ଶକ୍ତି ଅଛି ଯାହା ଆପଣଙ୍କୁ ଆନ୍ତରିକ ଶାକ୍ତି ଦେଇପାରିବ । ଯେପରି ଜଣେ ଶିକ୍ଷକଙ୍କ ପାଖରେ ଟଙ୍କା ଥାଉ ନଥାଉ ହେଲେ ଆପଣଙ୍କୁ ସବୁକିଛି ଶିଖାଆନ୍ତି । ଏହି ଶକ୍ତିକୁ ଟଙ୍କା ସହ କେବେ ତୁଳନା କରନ୍ତୁ ନାହିଁ ବୋଲି କହିଛନ୍ତି ସୁଭାଷ।

ABOUT THE AUTHOR

...view details