ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି 10 ମାସ ବିତିଗଲାଣି । ହେଲେ ଏଯାବତ ତାଙ୍କୁ ଭୁଲି ପାରୁନାହାଁନ୍ତି କେହି । ଫ୍ୟାନ୍ସଙ୍କଠୁ ନେଇ ବଲିଉଡର କିଛି ସେଲିବ୍ରିଟି ଆଜି ବି ତାଙ୍କୁ ଝୁରୁଛନ୍ତି । ଏଥର ତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଉଠିଛନ୍ତି ନିର୍ଦ୍ଦେଶକ ଶେଖର କପୁର । ସେ ସୋସିଆଲ ମିଡିଆରେ ତାଙ୍କୁ ମିସ୍ କରିବା କଥା ଜଣାଇଛନ୍ତି ।
ସେ ଜଣେ ଫ୍ୟାନଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ମୁଁ ଦୁଃଖି ଯେ ମୁଁ ସୁଶାନ୍ତଙ୍କ ସହ ଦର୍ଶନ ଏବଂ ପଦାର୍ଥ ବିଜ୍ଞାନ ବିଷୟରେ ଆଲୋଚନା କରିପାରିଲି ନାହିଁ । ସେ ଜଣେ ଜ୍ଞାନୀ ବ୍ୟକ୍ତି ଥିଲେ ।’