ନୂଆଦିଲ୍ଲୀ: ଦେଶ ଲକଡାଉନ ପାଇଁ ବଡ ବଡ ସହରରୁ ଚାଲି ଚାଲି ନିଜ ନିଜ ଗାଁକୁ ଯାଉଛନ୍ତି ଜନସାଧାରଣ। ଇତିମଧ୍ୟରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ କଷ୍ଟଦାୟ ସାଜିଛି। ଏପରି କିଛି ଦେଖିବାକୁ ମିଳୁଛି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ। ୟୁପିର ବରେଲୀରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଦିନ ମଜୁରିଆଙ୍କୁ ତଳେ ବସାଇ ତାଙ୍କୁ ସାନିଟାଇଜ କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନବାଗତ ନିର୍ଦ୍ଦେଶକ ସାମାସ ନୱାବ ସିଦ୍ଦିକୀ।
ଦିନ ମଜୁରିଆଙ୍କୁ ରାସ୍ତାରେ ବସାଇ ସାନିଟାଇଜିଂ ଘଟଣା: ରାଗିଲେ ନିର୍ଦ୍ଦେଶକ - ନୱାଜଙ୍କ ଆଗାମୀ ଫିଲ୍ମ ‘ବୋଲେ ଚୁଡିୟାଂ’
ସୋସିଆଲ ମିଡିଆର ଏକ ଭିଡିଓକୁ ନେଇ କ୍ରୋଧିତ ନଜର ଆସିଲେ ନିର୍ଦ୍ଦେଶକ ସାମାସ ନୱାବ। ଟ୍ବିଟ କରି ବଖାଣିଲେ ମନ କଥା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ଟ୍ବିଟର@ସାମାସ ସିଦ୍ଦିକୀ
ଭିଡିଓଟିକୁ ଟ୍ବିଟରେ ସେୟାର କରି ସାମାସ ଲେଖିଛନ୍ତି, ‘ପଶୁଠୁ ଖରାପ ବ୍ୟବହାର ମଣିଷଙ୍କ ସହ ହେଉଛି। ମୁଖ୍ୟତଃ ଗରିବଙ୍କ ଉପରେ ଅତ୍ୟାଚାର। ହେଲେ ଯେଉଁ ଲୋକ ବିଦେଶରୁ ଫ୍ଲାଇଟରେ ଆସିଥିଲେ ତାଙ୍କ ସହ ଏପରି ହେବାର ଥିଲା।’ ଏବେ ତାଙ୍କ ଏହି ୟୁଜର୍ସଙ୍କ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି ସାମାସ ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଭାଇ। ସେ ‘ମିୟାଂ କଲ ଆନା’ ସଟ ଫିଲ୍ମ ନିର୍ମାଣ କରିଥିଲେ । ଯାହାର ପ୍ରଶଂସା ଖୁବ୍ କରାଯାଇଥିଲା । ଆଉ ଏବେ ସେ ନୱାଜଙ୍କ ଆଗାମୀ ଫିଲ୍ମ ‘ବୋଲେ ଚୁଡିୟାଂ’ ନିର୍ଦ୍ଦେଶନା କରୁଛନ୍ତି ।