ଓଡିଶା

odisha

ସୁଶାନ୍ତଙ୍କୁ ମନେ ପକାଇ ଭାବବିହ୍ବଳ ରେମୋ, କହିଲେ ଏମିତି କିଛି...

By

Published : Jun 12, 2021, 12:38 PM IST

ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ହେବାକୁ ବସିଲାଣି । ସେପଟେ ତାଙ୍କୁ ମନେ ପକାଇବାରେ ଲାଗିଛନ୍ତି ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋରିଓଗ୍ରାଫରୁ ଫିଲ୍ମ ନିର୍ମାତା ସାଜିଥିବା ରେମୋ ଡିସୁଜା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି । ଆଉ ଗୋଟିଏ ଦିନ ପରେ ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ସେ ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ହେଲେ ତାଙ୍କ ମୃତ୍ୟୁ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି କେହି ।

ଇତିମଧ୍ୟରେ ରେମୋ ତାଙ୍କୁ ମନେ ପକାଇ କହିଛନ୍ତି, ‘ସୁଶାନ୍ତଙ୍କ ସହ ମୁଁ ଏକ ଡାନ୍ସ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲି । ଯେବେ ସେ ମୋ ସହ ଡାନ୍ସ ପ୍ଲସରେ ଆସିଥିଲେ ଏକ ଫିଲ୍ମର ପ୍ରମୋଶନ ସମୟରେ ତେବେ ସେ ମୋତେ କହିଥିଲେ ଚାଲ ଏକ ଡାନ୍ସ ଫିଲ୍ମ ନିର୍ମାଣ କରିବା । ଆଜି ଏଥିପାଇଁ ଦୁଃଖ ଲାଗିଛି ଯେ ମୁଁ ଏହା କରିପାରିଲିନି । ହୁଏତଃ ସେହି ସମୟରେ ଏହି ଫିଲ୍ମ ନିର୍ମାଣ କରିପାରିଥାଆନ୍ତି । ଆଜି ବି ତାଙ୍କ ସେହି କଥା ମନେ ପଡିଲେ ମୋ ମତେ ବହୁତ ଦୁଃଖ ଅନୁଭବ ହୁଏ । କାରଣ ମୁଁ ତାଙ୍କ ସ୍ବପ୍ନ ପୂରଣ କରିପାରିଲିନି । ଯାହାକୁ ନେଇ ମୁଁ ସର୍ବଦା ଦୁଃଖି ରହିବି ।’

ପ୍ରକାଶ ଥାଉକି ସୁଶାନ୍ତ ଡାନ୍ସ ରିୟାଲିଟି ଶୋ ‘ଝଲକ ଦିଖଲା ଜା’ ସିଜନ 4ରେ ନଜର ଆସିଥିଲେ । ସେହି ସମୟରେ ରେମୋ ଶୋର ଜଜ୍ ଭୂମିକାରେ କାମ କରୁଥିଲେ । ଆଉ ଶୋରେ ସୁଶାନ୍ତ ରନର୍ସଅପ ହୋଇଥିଲେ ।

ABOUT THE AUTHOR

...view details