ମୁମ୍ବାଇ: କୋରୋନା ଭାଇରସ ସୋମବାର 48 ବର୍ଷ ବୟସରେ ପଦାର୍ପଣ କରିଥିବା ଫେମସ ନିର୍ମାତା କରନ ଜୋହରଙ୍କ ଘରେ ପ୍ରବେଶ କରିଛି। ତାଙ୍କ ଘରେ କାମ କରୁଥିବା ଦୁଇ ଷ୍ଟାଫ କୋରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିଛି ।
କରନଙ୍କ ଘରେ କୋରୋନା ଆକ୍ରାନ୍ତ - ଫେମସ ନିର୍ମାତା କରନ ଜୋହରଙ୍କ ଘରେ କୋରୋନା
ଧିରେ ଧିରେ କରି କୋରୋନା ବଲିଉଡ ଷ୍ଟାର୍ସଙ୍କ ଘରେ ପ୍ରବେଶ କରିବାରେ ଲାଗିଲାଛି। ପ୍ରଥମେ ବୋନି କପୁରଙ୍କ ଘରେ। ଆଉ ଏବେ କରନ ଜୋହରଙ୍କ ଘରେ କୋରୋନା ପଜେଟିଭ...
ଏହାର ସୂଚନା ମିଳିବା ପରେ ବିଏମସି ତାଙ୍କ ଘର ଏବଂ ଏହାର ଆଖପାଖ ଅଞ୍ଚଳରେ ଡିସଇନଫେକ୍ଟ ପ୍ରକ୍ରିୟା ଆରମ୍ଭ କରିଛି। ଇତିମଧ୍ୟରେ କରନଙ୍କ ମା' ହୀରୁ ଜୋହରଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜକୁ ସାଇନିଟାଇଜିଂ କରୁଥିବାର ନଜର ଆସୁଛନ୍ତି।
ପ୍ରକାଶ ଥାଉକି କରନଙ୍କ ପୂର୍ବରୁ ବି-ଟାଉନ ନିର୍ମାତା ବୋନି କପୁରଙ୍କ ଘରୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ପ୍ରଥମେ ତାଙ୍କର ଜଣେ 23 ବର୍ଷିୟ ଷ୍ଟାଫ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାର କିଛି ଦିନ ପରେ ଆଉ ଦୁଇ ଷ୍ଟାଫଙ୍କ କୋରୋନା ଟେଷ୍ଟ ପଜେଟିଭ ବାହାରିଥିଲା । ଯାହା ପରେ ପୁରା କପୁର ପରିବା ନିଜକୁ ହୋମ କ୍ବାରେଣ୍ଟିନରେ ଏାବତ ରଖିଛନ୍ତି।