ମୁମ୍ବାଇ: ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ କେମେଷ୍ଟ୍ରି ପୁଣି ପରଦାରେ ଦେଖିବାକୁ ମିଳିବ । ଏହି ଯୋଡିଙ୍କ ଅଭିନୀତ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ ଆସନ୍ତା 19 ତାରିଖରେ ରିଲିଜ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଫେମସ ନିର୍ଦ୍ଦେଶକ ଦିବାକର ବାନାର୍ଜୀ । ଇତିମଧ୍ୟରେ ସେ ଫିଲ୍ମ ରିଲିଜକୁ ନେଇ ନିଜ ଖୁସି ପ୍ରକାଶ କରିଛନ୍ତି । କୋରୋନା ପ୍ରକୋପ ମଧ୍ୟରେ ସେ ଫିଲ୍ମ ରିଲିଜ କରିବାକୁ ନେଇ ରଖିଛନ୍ତି ପ୍ରତିକ୍ରିୟା ।
ଆଉ କହିଛନ୍ତି, ‘ମୁଁ ଖୁସି ଯେ କୋଭିଡ ମଝିରେ ମୁଁ ମୋର ଫିଲ୍ମ ରିଲିଜ କରିବି । ଯେଉଁଥିରେ ବାହାର ସ୍ଥାନ ଅଧିକ ଦେଖିବାକୁ ମିଳିବ । ଯେମିତି କି ଦିଲ୍ଲୀର ରାସ୍ତା, ଉତ୍ତରାଖଣ୍ଡର ପାହାଡ, ବସ୍, ରେଳ ଷ୍ଟେସନ । ଯାହାଦ୍ବାରା ଆପଣ ବାହାର ବାତାବରଣକୁ ପୁଣିଥରେ ବଞ୍ଚିପାରିବେ । କୋରୋନା ପୂର୍ବରୁ ଆମେ ଏହି ଫିଲ୍ମର ସୁଟିଂ କରିଥିଲେ । ସମ୍ପୂର୍ଣ୍ଣ ରୂପେ ଫିଲ୍ମ ପ୍ରି-କୋଭିଡ ।’