ମୁମ୍ବାଇ: ବି-ଟାଉନ ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ନିଜ ବୟାନକୁ ନେଇ ସୋସିଆଲ ମିଡିଆରେ ପ୍ରତିଦିନ ଟ୍ରୋଲ ହୁଅନ୍ତି। ସେ ଯେବେ ମଧ୍ୟ ଟ୍ବିଟ କରନ୍ତି ତେବେ ୟୁଜର୍ସ ତାଙ୍କୁ ସଙ୍ଗେ ସଙ୍ଗେ ଟ୍ରୋଲ କରିବା ଆରମ୍ଭ କରିଦିଅନ୍ତି । ଦୁଇ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ‘ଭିରେ ଦି ୱେଡିଂ’ରେ ନଜର ଆସିଥିବା ସ୍ବରା ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ହେଲେ ସେ ଫିଲ୍ମଠୁ ଅଧିକା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି।
ସ୍ବରାଙ୍କୁ ନିର୍ମାତା ଅଶୋକଙ୍କ କଡା ଜବାବ - ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ନୂଆ ଟ୍ବିଟ
ପୁଣି ଟ୍ରୋଲର୍ସଙ୍କ ଶିକାର ସ୍ବରା । ଏଥର ସେ ପ୍ରବାସୀ ଶ୍ରମିକ, ମଜୁରିଆଙ୍କୁ ସାହାଯ୍ୟ କରିବାକୁ ଯାଇ ହଟହଟା । ଅଧିକ ପଢନ୍ତୁ...

ହେଲେ ଏଥର କେହି ୟୁଜର ତାଙ୍କୁ ଟ୍ରୋଲର କରିନାହାଁନ୍ତି ବଂର ବି-ଟାଉନର ଫେମସ ନିର୍ମାତା ଅଶୋକ ପଣ୍ଡିତ ଟ୍ରୋଲ କରିଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି। କଥାଟି ହେଲା ଯେ, ସ୍ବରା ନିକଟରେ ଏକ ଟ୍ବିଟ କରି ଲେଖିଥିଲେ, ‘ଯଦି ଆପଣ ଦିଲ୍ଲୀ କିମ୍ବା ଆଖପାଖର ଜଣେ ଶ୍ରମିକ ଅଟନ୍ତି କିମ୍ବା ଆପଣ କୌଣସି ଏମିତି ଶ୍ରମିକଙ୍କୁ ଜାଣିଛନ୍ତି ଯିଏ ଉତ୍ତରପ୍ରଦେଶ କିମ୍ବା ବିହାରର ନିଜ ଗାଁକୁ ଫେରିଯିବା ଚାହୁଁଛନ୍ତି। ତେବେ ତୁମର ନାମ, ମୋବାଇଲ୍ ନମ୍ବର, ଗନ୍ତବ୍ୟସ୍ଥଳ ଏବଂ ଆପଣ ବର୍ତ୍ତମାନ କେଉଁଠାରେ ଅଛନ୍ତି । ଏହି ଫର୍ମରେ ବିବରଣୀ ପୂରଣ କରନ୍ତୁ। ଆମର କାର୍ଯ୍ୟକାରୀ ଆପଣଙ୍କୁ ସାହାଯ୍ୟ କରିବେ’ । ତାଙ୍କର ଏହି ଟ୍ବିଟରେ ଜବାବ ଦେଇ ଅଶୋକ ଲେଖିଛନ୍ତି, ‘ଆପଣ ନିଜେ କାଗଜ ଦେଖାଇବାକୁ ମନା କରି ଦେଇଛନ୍ତି ଏବଂ ବର୍ତ୍ତମାନ ଅନ୍ୟମାନଙ୍କୁ ପଚାରୁଛନ୍ତି । କିପରି ଜଣେ ଏତେ ଶୀଘ୍ର ଭୁଲିଯାଆନ୍ତି । ଠିକ୍ ଅଛି କୌଣସି କଥା ନାହିଁ।’
ଅଶୋକଙ୍କ ଟ୍ବିଟ ଉପରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲର କରି ଅପମାନଜନକ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ ।