ଓଡିଶା

odisha

କାର୍ତ୍ତିକଙ୍କ ଉପରେ ନିର୍ମାତାଙ୍କ ରାଗ, ସମର୍ଥନରେ ଏହି ନିର୍ଦ୍ଦେଶକ

By

Published : Jun 4, 2021, 7:38 AM IST

ଟ୍ବିଟ କରି କାର୍ତ୍ତିକିଙ୍କୁ ସମର୍ଥନ କରୁଥିବାର ନଜର ଆସିଲେ ଅନୁଭବ ସିହ୍ନା । କିଛି ଫିଲ୍ମରୁ ତାଙ୍କୁ ନିର୍ମାତା ବାହାର କରିଦେଇଥିବା ବେଳେ କ୍ରୋଧିତ ନଜର ଆସୁଛନ୍ତି ଅନୁଭବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନରୁ ଚର୍ଚ୍ଚାରେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ । ଲଗାତାର ତିନୋଟିରୁ ଫିଲ୍ମରୁ ସେ ବାଦ ପଡିଲେଣି । ପ୍ରଥମେ ସେ କରନ ଜୋହରଙ୍କ ‘ଦୋସ୍ତାନା 2’ରୁ ଆଉଟ ହୋଇଥିଲେ । ଆଉ ପରେ ଶୁଣିବାକୁ ମିଳିଲା ଶାହରୁଖ ଖାନଙ୍କ ଆଗାମୀ ପ୍ରଯୋଜିତ ଫିଲ୍ମରୁ ତାଙ୍କୁ ବାହାର କରିଦିଆଯାଇଛି । ସେହିପରି ଶାହରୁଖଙ୍କ ଫିଲ୍ମରୁ ଆଉଟ୍ ହେବାର ଗୋଟିଏ ଦିନ ପରେ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ମଧ୍ୟ ତାଙ୍କ ହାତରୁ ଚାଲିଗଲା । ଏହି ମାମଲାରେ ବର୍ତ୍ତମାନ ତାଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନା ।

ସେ ଟ୍ବିଟ କରି ଲେଖିଛନ୍ତି, ‘ବାସ୍ତବରେ ଯେତେବେଳେ ନିର୍ମାତାମାନେ ଅଭିନେତାଙ୍କୁ ଛାଡିଦିଅନ୍ତି କିମ୍ବା ବିପରୀତରେ ସେମାନେ ଏହା ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ । ଏହା ସବୁବେଳେ ଘଟେ । କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ଏହି ଅଭିଯାନ ମୋ ପାଇଁ ମିଳିତ ଏବଂ ଅତ୍ୟନ୍ତ ରକ୍ତାକ୍ତ ଅନ୍ୟାୟ ପରି ମନେହୁଏ | ମୁଁ ତାଙ୍କ ଶାନ୍ତିକୁ ସମ୍ମାନ କରୁଛି ।’

ପ୍ରକାଶ ଥାଉକି ଏହି ମାମଲା ବ୍ୟତୀତ କାର୍ତ୍ତିକ ନିଜର ଦୁଇଟି ଆଗାମୀ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ସେ ଖୁବଶୀଘ୍ର ଆକ୍ସନ ଡ୍ରାମା ଫିଲ୍ମ ‘ଧମାକା’ରେ ନଜର ଆସିବାକୁ ଯାଉଥିବା ବେଳେ ‘ଭୁଲ ଭୁଲୈୟା 2’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details