ନୂଆଦିଲ୍ଲୀ: ୱେବ୍ ସିରିଜ୍ 'ତାଣ୍ଡବ'କୁ ନେଇ ବିବାଦ ବଢୁଥିବା ଦେଖି ସୋସିଆଲ ମିଡିଆରେ ସୋମବାର ଏକ ପୋଷ୍ଟ ସେୟାର କରି ନିର୍ଦ୍ଦେଶକ ଅଲି ଅବ୍ବାସ ଜଫର ବିନା ସର୍ତ୍ତରେ କ୍ଷମା ମାଗିଥିଲେ ।
ଏବେ ମଙ୍ଗଳବାର ଅଲି ଏକ ଟୁଇଟ୍ କରି କହିଛନ୍ତି, ୱେବ ସିରିଜରେ ବିବାଦୀୟ ସିନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଲି ଟ୍ବିଟ କରି କହିଛନ୍ତି ଯେ, ଆମେ ଦେଶର ଲୋକଙ୍କ ଭାବନାକୁ ସମ୍ମାନ ଦେଉ । ଆମେ କୌଣସି ବ୍ୟକ୍ତି, ଜାତି, ସମ୍ପ୍ରଦାୟ,ଧର୍ମ କିମ୍ବା ଧାର୍ମିକ ବିଶ୍ବାସ, କୌଣସି ଅନୁଷ୍ଠାନ, ରାଜନୌତିକ ଦଳ କିମ୍ବା ମୃତ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରିବାକୁ ଦେବାକୁ ଚେଷ୍ଟା କରି ନାହୁଁ । ତାଣ୍ଡବର କାଷ୍ଟ ଏବଂ କ୍ରୁଙ୍କ ଦ୍ବାରା ପ୍ରକାଶିତ ଚିନ୍ତାଧାରାକୁ ଧ୍ୟାନରେ ରଖି ୱେବ୍ ସିରିଜ୍ ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବିଷୟରେ ସମର୍ଥନ ପାଇଁ ଆମେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଉଛୁ । ଆମେ ପୁଣି ଥରେ କ୍ଷମା ପ୍ରାର୍ଥନା କରୁଛୁ ଯଦି କୌଣସି ବ୍ୟକ୍ତିର ଭାବନାକୁ ଆଘାତ ପହଞ୍ଚାଇଛୁ ' ।