ମୁମ୍ବାଇ: ଫେମସ ଆକ୍ଟର ଆୟୁଷ୍ମାନ ଖୁରାନା ଖୁବଶୀଘ୍ର ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ପ୍ରଥମଥର ରୋମାନ୍ସ କରିବେ ଅଭିନେତ୍ରୀ ବାଣୀ କପୁର । ସେହିପରି ଆୟୁଷ୍ମାନ ଜଣେ ଆଥଲେଟ୍ ଭୂମିକାରେ ଦେଖାଯିବେ । ନିକଟରେ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡରେ ପହଞ୍ଚିଥିଲେ ଷ୍ଟାରକାଷ୍ଟ। ଇତିମଧ୍ୟରେ ଫିଲ୍ମ ସହ ଜଡିତ ଏକ ଚକିତ ଖବର ସାମ୍ନାକୁ ଆସିଛି ।
ନିର୍ଦ୍ଦେଶକ ଅଭିଷେକଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିଥାଆନ୍ତେ ସୁଶାନ୍ତ
କିଛି ଦିନରୁ ଚର୍ଚ୍ଚାରେ ଆୟୁଷ୍ମାନଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ । ହେଲେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ନଥିଲେ ଆୟୁଷ୍ମାନ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଶୁଣିବାକୁ ମିଳୁଛି ଅଭିଷେକ ପ୍ରଥମେ ସୁଶାନ୍ତ ସିଂ ରାଜପୁତଙ୍କୁ ଏହି ଫିଲ୍ମରେ ନେବାକୁ ଚାହୁଁଥିଲେ । ‘କେଦାରନାଥ’ ପରେ ଅଭିଷେକ ସୁଶାନ୍ତଙ୍କ ସହ ଫିଲ୍ମ ବିଷୟରେ ଆଲୋଚନା କରିଥିଲେ ।
ଆଉ ସୁଶାନ୍ତ ମଧ୍ୟ ଏହି ଫିଲ୍ମ ପାଇଁ ରାଜି ଥିଲେ । କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । କାରଣ ଜୁନ୍ରେ ସୁଶାନ୍ତ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁରେ ଦୁଃଖି ଥିବା ଅଭିଷେକ ପରେ ଆୟୁଷ୍ମାନଙ୍କୁ ଫିଲ୍ମ କାଷ୍ଟ କରିଥିଲେ ।